ବାଲେଶ୍ୱର: ବୃଦ୍ଧାଙ୍କୁ ଝୁଣି ମାରିଲେ ବୁଲା କୁକୁର ପଲା । ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଜୟରାମପୁର ଗାଁରେ । ମୃତ ବୃଦ୍ଧା ହେଲେ ଜୟରାମପୁର ଗାଁର ବାସନ୍ତୀ ସାହୁ । କାର୍ତ୍ତିକ ବ୍ରତ ପାଇଁ ପରିବାର ଲୋକେ ପୁଜାର୍ଚ୍ଚନା କରିବା ପାଇଁ ଯାଇଥିବା ବେଳେ ଘରେ ବାସନ୍ତୀ ଏକା ଥିଲେ। ଏକା ଥିବା ବେଳେ ବୁଲା କୁକୁର ପଲ ଆକ୍ରମଣ କରିଥିଲେ। ବାସନ୍ତୀଙ୍କୁ ଝୁଣି ଝୁଣି ମାରିବା ସହିତ ଦେହକୁ ଖାଇଯାଇଛନ୍ତି କୁକୁର ପଲ । ସ୍ଥାନୀୟ ଲୋକେ ପହଞ୍ଚି କୁକୁର ପଲକୁ ଘଉଡ଼ାଇବା ସହିତ ଗୋଟିଏ ଇଥିବା ସୂଚନା ମିଳିଛି।