ଟାଙ୍ଗୀ/ ରାକେଶ କୁମାର ଜଗଦେବ : ଖୋର୍ଦ୍ଧା ବନ ଖଣ୍ଡ ଟାଙ୍ଗୀ ରେଞ୍ଜ ର କମାଗୁରୁ ମୟୁର ଝାଲିଆ ରାସ୍ତା ରେ ଦନ୍ତା । ଦନ୍ତା କୁ ପଥର ମାରି ଉଷୁକାଉଛନ୍ତି ଗାଁ ର ଯୁବକ । ଫଳରେ ଦନ୍ତା ଆକ୍ରମଣ କରିବାକୁ ଗୋଡାଉଥିବା ଦେଖିବାକୁ ମିଳିଛି । ଜୀବନ ବଞ୍ଚାଇ ଦୌଡୁଛନ୍ତି ଗାଁ ର ଯୁବକ । ଏ ଚିତ୍ର ଭାଇରାଲ ହୋଇ ମୋବାଇଲ ରୁ ମୋବାଇଲ ଘୁରି ବୁଲୁଛି । କିନ୍ତୁ ବନ ବିଭାଗ ର ଅଧିକାରୀଙ୍କ ଦେଖାନାହିଁ ।
ଯଦି କିଛି ଅଘଟଣ ଘଟିବ କିଏ ରହିବ ଦାୟୀ । ଜଙ୍ଗଲୀ ଜନ୍ତୁ ଙ୍କୁ ଟେକା ପଥର ମାରିବା ଘଉଡ଼ାଇବା, ଚିଡ଼େଇବା ଆଇନ ତଃ ଅପରାଧ । ତେଣୁ ଏଠି ବନ ବିଭାଗ ର ଦାୟିତ୍ୱ ହୀନତା କୁ ଦାୟୀ କରିଛନ୍ତି ଲୋକେ । ଏଥିପାଇଁ ଦୃଢ କାର୍ୟାନୁଷ୍ଠାନ ଜରୁରୀ ହୋଇ ପଡିଛି ବୋଲି କୁହାଯାଉଛି ।