ଦନ୍ତାହାତୀ ନେଲା ବୃଦ୍ଧଙ୍କ ଜୀବନ

0

(ସର୍ବେଶ୍ୱର ପାତ୍ର / କାମାକ୍ଷାନଗର ) : ଢେଙ୍କାନାଳ ରେ ପୁଣି ଦନ୍ତା ନେଲା ଜିବନ। ମହାବିରୋଡ଼ ରେଞ୍ଜ ପରଜଙ୍ଗ ଥାନା ରୋଡ ପଞ୍ଚାୟତ ଗଇଲୋ ଗାଁରେ ଆଜି ହାତୀ ଆକ୍ରମଣ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ମୃତକ ଗାଁର କୁମୁଦ ସାହୁ (୪୫) ।
ସକାଳୁ ଘାସ ଆଣିବାକୁ ବିଲକୁ ଯାଇ ଦନ୍ତାହାତୀ ହାବୁଡରେ ପଡିଯାଇଥିଲେ କୁସୁମ ।ହାତୀଟି ତାଙ୍କ ମୁଣ୍ଡକୁ ପାଦରେ ଦଳିଦେବାରୁ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି। ତେବେ ସ୍ଥାନୀୟ ଅଞ୍ଚଳରେ ୩୦ ରୁ ଉର୍ଦ୍ଧ ହାତୀ ଅନେକ ଦିନ ହେଲାଣି ଉପଦ୍ରବ ଚଲାଇଛନ୍ତି।ବ୍ୟାପକ ଫସଲ ଓ ସମ୍ପତି ନଷ୍ଠ କରୁଛନ୍ତି।ହାତୀ ଆକ୍ରମଣରେ ଅନେକ ଲୋକଙ୍କ ଜୀବନ ମଧ୍ୟ ଗଲାଣି ।ଅଭିଯୋଗ ପରେ ବି ବନ ବିଭାଗ ପଦକ୍ଷେପ ନେଉନାହିଁ ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି ।ଖବର ପାଇ ଘଟଣା ସ୍ଥଳରେ ବନ ବିଭାଗ ମହାବିରୋଡ଼ ରେଞ୍ଜର ହରମୋହନ ନାୟକ ପହଂଚି ୪୦ ହଜାର ଟଙ୍କାର ଚେକ ଦେଇଥିଲେ ଏବଂ ପରେ ବାକି ସହାୟତା ଦିଆଯିବ ବୋଲି କହିଥିଲେ ।