ଛୁଆଙ୍କ କଳିରୁ ମହିଳାଙ୍କୁ ପିଟିପିଟି ହତ୍ୟା ଅଭିଯୋଗ

0

ବିହାରର ବେଗୁସରାଇରୁ ଆସିଲା ଲୋମ ଟାଙ୍କୁରା ଖବର । ପିଲାଙ୍କ ସାମାନ୍ୟ କଳିକୁ ନେଇ ଜଣେ ମହିଳାଙ୍କୁ ପିଟିପିଟି ହତ୍ୟା କରାଯାଇଛି । ଘଟଣାରେ ପୋଲିସ ଜଣଙ୍କୁ ଗିରଫ କରିଛି । ସୂଚନା ମୁତାବକ, ବେଗୁସରାୟର ଲୋହିୟା ନଗରରେ ରହୁଥିବା ଅଜ୍ଜୁନ ମହତୋ ଓ ଉପେନ୍ଦ୍ର ମହତୋଙ୍କ ପରିବାର ଏକ ଭୋଜିକୁ ଯାଇଥିଲେ । ଭୋଜିରେ ସେମାନଙ୍କ ପିଲାଙ୍କ ଭିତରେ କୌଣସି କାରଣରୁ ଝଗଡା ହୋଇଥିଲା ଓ ମାରପିଟ ହୋଇଥିଲା । ପରେ ଅର୍ଜ୍ଜୁନଙ୍କ ପରିବାର ଉପେନ୍ଦ୍ରଙ୍କ ଘରେ ପହଞ୍ଚି ଏନେଇ ଅଭିଯୋଗ କରିଥିଲେ । ଏହାକୁ ନେଇ ନିକଟରେ ଥିବା ଏକ ମନ୍ଦିରରେ ନିଷାପ କରିବାକୁ ଉପେନ୍ଦ୍ରଙ୍କ ସ୍ତ୍ରୀ କହିଥିଲେ ଓ ସମସ୍ତେ ମନ୍ଦିରରେ ପହଞ୍ଚିଥିଲେ । ହେଲେ ସେଠାରେ ଅର୍ଜ୍ଜୁନଙ୍କ ପରିବାର ଲୋକେ ଉପେନ୍ଦ୍ରଙ୍କ ପରିବାର ଉପରେ ଆକ୍ରମଣ କରିଦେଇଥିଲେ । ଏଥିରେ ଉପେନ୍ଦ୍ରଙ୍କ ପତ୍ନୀଙ୍କ ମୃତ୍ୟୁ ହୋଇଯାଇଛି ।
ଘଟଣାକୁ ନେଇ ଉପେନ୍ଦ୍ର ପରିବାର ପକ୍ଷରୁ ୧୧ ଜଣଙ୍କ ବିରୋଧରେ ଅଭିଯୋଗ ହୋଇଛି । ପୋଲିସ କହିଛି, ମାରପିଟ ବେଳେ ମନ୍ଦିରରେ ଉପେନ୍ଦ୍ରଙ୍କ ପତ୍ନୀ ଚିନ୍ତା ଦେବୀ ତଳେ ପଡିଯାଇଥିଲେ । ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ ନେବା ବାଟରେ ତାଙ୍କ ମୃତ୍ୟୁ ହୋଇଗଲା । ପୋଲିସ ଘଟଣାରେ ଜଣଙ୍କୁ ଗିରଫ କରି ପଚରା ଉଚରା କରୁଛି ।