୪ଦିନ ପରେ ଜବତ ହେଲା ଚୋରୀ ବୋଲେରୋ, ୪ ଗିରଫ

0

କରଞ୍ଜିଆ/ ବସନ୍ତ କୁମାର ସୋରେନ:  ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ଠାକୁରମୁଣ୍ଡା ନିକଟ ଚମକପୁର ଗ୍ରାମରୁ ଗତ ୧୧ ତାରିଖ ରାତିରେ ଚୋରୀ ହୋଈ ଯାଇଥିବା ଗୋଟିଏ ବୋଲେରୋ ଗାଡିକୁ ୪ ଦିନ ପରେ ଠାକୁରମୁଣ୍ଡା ଥାନା ପୋଲିସ ଉଦ୍ଧାର କରିବା ସହ ଚୋରୀ ଘଟଣା ରେ ସଂପୂର୍କ୍ତ ୪ ଜଣ ଚୋର କୁ ଗିରଫ କରିବାରେ ସକ୍ଷମ ହୋଇଛି। ଗିରଫ ପରେ ସମସ୍ତ ଅଭିଯୁକ୍ତ ଙ୍କୁ ବୁଧବାର ଦିନ କୋର୍ଟ ଚାଲାଣ କରିଥିବାର ଜଣାଯାଇଛି।ଏଥିସହିତ ଚୋରି ଘଟଣାରେ ବ୍ୟବହୃତ ଏକ ଚୋରା ବାଇକ କୁ ମଧ୍ୟ ପୋଲିସ ଜବତ କରିଛି।ଚୋରୀ ଘଟଣା ରେ କୋର୍ଟ ଚାଲାଣ ହୋଇଥିବା ୪ ଜଣ ହେଲେ ଭଦ୍ରକ ଜିଲ୍ଲା ସବରଙ୍ଗ ଥାନା ଅନ୍ତର୍ଗତ ତୋରଣପଡା ଗ୍ରାମ ଗୋରାମାଟି ସାହି ର ମନୋରଞ୍ଜନ ନାୟକ,କେନ୍ଦୁଝର ଜିଲ୍ଲା ନନ୍ଦିପୋଦା ଥାନା ଅନ୍ତର୍ଗତ ଓରାଳି ଗ୍ରାମ ର ସମନାଥ ପୁହାଣ,ବୋଇତିରା ଗ୍ରାମର ଅରବିନ୍ଦ ଓଝା,ଆନନ୍ଦପୁର ଥାନା ଅନ୍ତର୍ଗତ ଅଧୁରିଆ ଗ୍ରାମ ର ଚିତ୍ତରଂଜନ  ଜେନା ବୋଲି ଜଣାପଡିଛି।

ସୂଚନା ଅନୁଯାୟୀ ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ଖମଡ଼ିହା ଗ୍ରାମର ଖଗେଶ୍ୱର ସୁଆଁସି ଙ୍କ ଏକ ବୋଲେରୋ ଗାଡିକୁ ଭଡାରେ ଲଗାଉ ଥିଲେ।ଚୋରୀ ଦିନ ରାତିରେ ତାଙ୍କର ଡ୍ରାଇଭର ଗାଡିକୁ ନେଇ ଚମକପୁର ରେ ଥିବା ତାଙ୍କ ଘର ସମ୍ମୁଖରେ ରଖି ରାତିରେ ଶୋଇଥିଲେ।ସକାଳେ ଘର ସମ୍ମୁଖରେ ଗାଡି ନଥିବା ଦେଖି ମାଲିକ କୁ ଖବର ଦେବା ପରେ ଗାଡିଚୋରୀ ନେଇ ଠାକୁରମୁଣ୍ଡା ଥାନାରେ ଗାଡି ମାଲିକ ଖଗେଶ୍ୱର ସୁଆଁସି ଠାକୁରମୁଣ୍ଡା ଥାନାରେ ଅଭିଯୋଗ କରିଥିଲେ।ଠାକୁରମୁଣ୍ଡା ଥାନା ପୋଲିସ ଘଟଣା ର ଅନୁସନ୍ଧାନ କରି ରାସ୍ତା ରେ ଲାଗିଥିବା ସି ସି ଟିଭି ଯାଞ୍ଚ ପରେ ଚୋରୀ ସମ୍ପର୍କରେ ସନ୍ଧାନ ପାଇଥିଲେ।ଏହି ଘଟଣାରେ ସଂପୂର୍କ୍ତ ମନୋରଞ୍ଜନ ନାମକ ଜଣେ ଯୁବ କୁ ପ୍ରଥମେ ଧରିବା ପରେ ତାଙ୍କ ନିକଟରୁ ସୂଚନା ପାଇ ଚୋରୀ ବୋଲେରୋ କୁ ଭଦ୍ରକ ଗ୍ରାମାଞ୍ଚଳ ଥାନା ଲାଙ୍ଗୁଡ଼ି ଗ୍ରାମର ଜୈନେକ ବ୍ୟକ୍ତିଙ୍କ ଘରେ ଲୁଚାଇ ରଖିଥିବା ଗାଡି କୁ ଉଦ୍ଧାର କରିଥିଲେ।ପରେ ସଂପୂର୍କ୍ତ ଅନ୍ୟ ୩ ଜଣକୁ ଗିରଫ କରିଥିଲେ।ଗିରଫ ପରେ ସେମାନେ ଚୋରି ସମୟରେ ବ୍ୟବହାର କରି ଛାଡି ପଳାଇ ଯାଇଥିବା ଏକ ବାଇକ ଠାକୁରମୁଣ୍ଡା ନିକଟ କାଳିଆଜିଆଣି ଗ୍ରାମରୁ  ପୋଲିସ ଜବତ କରିଥିଲା।ଏନେଇ ଥାନାରେ ମାମଲା ରୁଜ୍ଜୁ ହୋଇଥିଲା।ଗିରଫ ୪ ଜଣଙ୍କ ନାମରେ ପୂର୍ବରୁ ବିଭିନ୍ନ ଥାନାରେ ଚୋରୀ ସମ୍ପର୍କରେ ମାମଲା ରୁଜ୍ଜୁ ହୋଇଥିବା ନେଇ ଠାକୁରମୁଣ୍ଡା ଥାନା ଆଈ ଆଈ ସି ରଞ୍ଜୁ ହସିନା କୁଲୁ ପ୍ରକାଶ କରିଛନ୍ତି।