ପଥର ମାରି ଜାଣନ୍ତୁ ନବଜାତ ସମ୍ପର୍କରେ

0

(ରିପୋର୍ଟସ ଟୁଡ଼େ / ଶୁଭସ୍ମିତା ଦାଶ ): ଜଣେ ମହିଳା ପାଇଁ ମା’ ହେବା ସୌଭାଗ୍ୟର କଥା । ଗର୍ଭବତୀ ହେବା ସମୟରେ ପୁଅ ହେବ କି ଝିଅ ତାକୁ ନେଇ ମହିଳାଙ୍କ ମନରେ ଚାଲିଥାଏ ଅନେକ କଳ୍ପନା ଜଳ୍ପନା । ହେଲେ କେତେକ ମହିଳା ଶେଷ ସମୟ ପର୍ଯ୍ୟନ୍ତ ଅପେକ୍ଷା କରିପାରନ୍ତି ନାହଁ । ସୋନୋଗ୍ରାଫି କରି ଲିଙ୍ଗ ନିରୂପଣ କରିଥାନ୍ତି । ଯାହାକି ଅପରାଧ ଅଟେ ।
କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି ଏକ ପାହାଡ଼ ବିଷୟରେ କହିବୁ ଯାହାକି ଗର୍ଭରେ ଥିବା ନବଜାତ ପୁଅ କି ଝିଅ ଚିହ୍ନଟ କରୁଛି । ବିଜ୍ଞାନ ଯୁଗରେ ଏପରି ଏକ କଥା ଆଶ୍ଚର୍ଯ୍ୟଜନକ । ଝାରଖଣ୍ଡର ଲୋହରଦଗା ସ୍ଥିତ ଖ୍ରୁକା ଗାଁ ଅବସ୍ଥିତ । ଯେଉଁଠାରେ ଏହି ପାହାଡ଼ ଅବସ୍ଥିତ । ଯିଏ କି ନବଜାତଙ୍କ ଲିଙ୍ଗ ନିରୂପଣ କରିବାରେ ଲାଗିଛି ।
ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ବିନା ଖର୍ଚ୍ଚରେ ସେମାନେ ଗର୍ଭ ନିରୂପଣ କରିପାରୁଛନ୍ତି । ବର୍ତମାନ ଏହା ଏକ ପରମ୍ପରାରେ ପରିଣତ ହୋଇଯାଇଛି । ଆଉ ଏହି ପରମ୍ପରା ୪୦୦ ବର୍ଷ ପୂର୍ବେ ନାଗବଂଶୀ ରାଜାଙ୍କ ଶାସନକାଳରୁ ଚାଲି ଆସିଛି । ଲୋକଙ୍କ କହିବା ଅନୁସାରେ ୪୦୦ ବର୍ଷ ପୁରୁଣା ଏହି ପର୍ବତ ଲୋକଙ୍କୁ ନିଜ ସନ୍ତାନ ନେଇ ଭବିଷ୍ୟବାଣୀ ଦେଇଆସୁଛି । ତେଣୁ କରି ଏହି ପର୍ବତ ପ୍ରତି ଲୋକଙ୍କ ଶ୍ରଦ୍ଧା କହିଲେ ନ ସରେ ।
ଲୋକଙ୍କ କହିବା ଅନୁସାରେ ପାହାଡ଼ ଉପରେ ଏକ ଚାନ୍ଦର ଆକୃତି ରହିଛି । ଯାହାକି ନବଜାତ ଶିଶୁ ଙ୍କ ସମ୍ପର୍କରେ ସୂଚନା ଦେଇଥାଏ । ଏଠାରେ କହି ରଖୁଛୁଯେ ଏହି ପାହାଡ଼କୁ ପଥର ମାରିଲେ ସୂଚନା ମିଳେ କି ଝିଅ ହେବ ନା ପୁଅ । ଗର୍ଭବତୀ ମହିଳା ମାନେ ପାହାଡ଼କୁ ପଥର ଉପରେ ଥିବା ଚାନ୍ଦକୁ ପଥର ମାରନ୍ତି ।
ଯଦି ମାରିଥିବା ପଥରର ଚାନ୍ଦର ମଧ୍ୟଭାଗକୁ ଛୁଇଁଥାଏ ତେବେ ଜଣାଯାଏ ଯେ ଗର୍ଭରେ ପୁତ୍ର ସନ୍ତାନ ରହିଛି । ଯଦି ପଥରଟି ଚନ୍ଦ୍ରମାର ବାହାର ପାଶ୍ୱର୍ରେ ଲାଗିଥାଏ ତେବେ ଗର୍ଭରେ ଝିଅ ଅଛି ବୋଲି ଜଣାପଡ଼ିଥାଏ ।
ତେବେ ସେ ଯାହା ହେଉଁ ନା କାହିଁକି ଲିଙ୍ଗ ନିରୂପଣ କରିବା ଏକ ଆଇନଗତ ଅପରାଧ । ଏହାକୁ ବନ୍ଦ କରିବାର ଆବଶ୍ୟକ । କାରଣ ଏହା ଦ୍ୱାରା ଭ୍ରୁଣ ହତ୍ୟା ବଢିଥାଏ ।