ଆମ ବ୍ୟାଙ୍କ ସେବାର ଶୁଭାରମ୍ଭ

0

ଟାଙ୍ଗୀ/ରାକେଶ କୁମାର ଜଗଦେବ : ଆମ ବ୍ୟାଙ୍କ ସେବାର ଶୁଭାରମ୍ଭ | ରାଜ୍ୟ ସରକାଙ୍କ ପକ୍ଷରୁ ଆରମ୍ଭ ହୋଇଛି ଆମ ବ୍ୟାଙ୍କ ସେବା | ବ୍ୟାଙ୍କ ନଥିବା ପଞ୍ଚାୟତରେ ଆରମ୍ଭ ହୋଇଛି ଏହି ସେବା | ଏହି ଅବସରରେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକର କନ୍ତଳ ବାଇ ପଞ୍ଚାୟତରେ ଉଦଘାଟନ ହୋଇଯାଇଛି ଆମ ବ୍ୟାଙ୍କ | ଏହି ଅବସରରେ ଯୋଗ ଦେଇଛନ୍ତି ଖୋର୍ଦ୍ଧା ବିଧାୟକ ଜିତୁ ମିତ୍ର | ଖୋର୍ଦ୍ଧା ଜିଲ୍ଲାପାଳ ଏସ ସୁଦର୍ଶନ ଚକ୍ରବର୍ତ୍ତୀ |

ଜିଲ୍ଲା ପ୍ରକଳ୍ପ ଅଧିକାରୀ ବାଦଲ ମହାନ୍ତି, ଟାଙ୍ଗୀ ବ୍ଲକ ଅଧ୍ୟ୍ୟକ୍ଷା ରିସ୍ନା ମାନ୍ଧାତା, ବିଡ଼ିଓ ରେସ୍ମା ଟେଟେଙ୍କ ସହ ନିର୍ବାଚିତ ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲା ପରିଷଦ | ଏଭଳି କାର୍ଯ୍ୟକ୍ରମରେ ଗାଁର ଲୋକେ ହେବେ ଉପକୃତ | ହାତ ପାଆନ୍ତାରେ ମିଳିବ ବ୍ୟାଙ୍କର ସମସ୍ତ ସୁବିଧା | ଘର ଦୁଆର ମୁହଁରେ ବ୍ୟାଙ୍କ ରେ ଖାତା ଖୋଲିବା ଠାରୁ ଟଙ୍କା ଦେଣ ନେଣ | କରେଣ୍ଟ ଆକାଉଣ୍ଟ ଖୋଲିବା ଆଦି ସମସ୍ତ ପ୍ରକାର ସେବା ପାଇବା ଗାଁ ଲୋକେ | ଏହି ଅବସରରେ ଟାଙ୍ଗୀ ବ୍ଲକରେ ମଙ୍ଗଳା ଯୋଡି, ପାରି ଓରଡ଼ ଓ କନ୍ତଳ ବାଇ ଠାରେ ଆଜି ଉଦଘାଟନ ହୋଇଛି ଆମ ବ୍ୟାଙ୍କ, ଫଳରେ ଲୋକେ ସମସ୍ତ ସରକାରୀ ସୁବିଧା ପାଇବା ସହ ଛାତ୍ର ଛାତ୍ରୀ ମାନେ ହୋଇ ପାରିବେ ଉପକୃତ |