ଆସାମ: ଉଠୁଛି ପଡିଛି ମା’ କାମାକ୍ଷା ମନ୍ଦିର । ଆଜିଠୁ ଗୌହାଟୀସ୍ଥିତ ମା’ କାମାକ୍ଷା ଧାମରେ ତିନି ଦିନିଆ ଅମ୍ବୁବାଚୀ ମହୋତ୍ସବ ଆରମ୍ଭ ହୋଇଛି। ଏହି ଉତ୍ସବ କେବଳ ଆସାମର ଗୌହାଟୀରେ ନୁହେଁ ବରଂ ୟୁପିର ଫିରୋଜାବାଦରେ ମଧ୍ୟ ପାଳିତ ହେଉଛି । ଫିରୋଜାବାଦ ଜିଲ୍ଲାର ଜସରାନା ତହସିଲ ମୁଖ୍ୟାଳୟରେ ଅବସ୍ଥିତ ମା କାମାକ୍ଷାଙ୍କ ମନ୍ଦିରରେ ମଧ୍ୟ ଅମ୍ବୁବାଚୀ ମହୋତ୍ସବ ପାଳିତ ହେଉଛି । ଅମ୍ବୁବାଚୀ ମହୋତ୍ସବ ସମୟରେ, ମା କାମାକ୍ଷାଙ୍କ ମନ୍ଦିରର ସମସ୍ତ ଦ୍ୱାର ତିନି ଦିନ ପାଇଁ ବନ୍ଦ ରହିଥାଏ । କାରଣ ୩ ଦିନ ପାଇଁ ମା’ଙ୍କର ଋତୁସ୍ରାବ ହୋଇଥାଏ ।
ଜସରାନାରେ ଅବସ୍ଥିତ ମା’ କାମାକ୍ଷା ଦେବୀ ମନ୍ଦିର ୧୯୮୪ ମସିହା ଅକ୍ଟୋବର ମାସରେ ପ୍ରତିଷ୍ଠିତ ହୋଇଥିଲେ । ଏହି ମନ୍ଦିରକୁ ପ୍ରତିଷ୍ଠା କରିଥିଲେ ପୀଠାଧୀଶ୍ୱର ମହାରାଜ ମାଧବାନନ୍ଦ । ତାଙ୍କର ମୃତ୍ୟୁ ପରେ ବର୍ତ୍ତମାନ ତାଙ୍କ ଶିଷ୍ୟ ମହେଶ ବ୍ରହ୍ମଚାରୀ ମା’ କାମାକ୍ଷା ଦେବୀଙ୍କ ପୂଜାର୍ଚ୍ଛନା କରୁଛନ୍ତି । ମନ୍ଦିରର ମହନ୍ତ ମହେଶ ବ୍ରହ୍ମଚାରୀଙ୍କ କହିବା ଅନୁସାରେ, ମା’ଙ୍କ ମୂର୍ତ୍ତି ସ୍ଥାପନ ପରେ, ତାଙ୍କ ପାଦରୁ ନିରନ୍ତର ୪୧ ଦିନ ପର୍ୟ୍ୟନ୍ତ ଜଳଧାରା ବହିଥିଲା । ପ୍ରାରମ୍ଭିକ ଦିନଗୁଡ଼ିକରେ ଏପରି ଲାଗୁଥିଲା ଯେପରି ପାଖରେ ପାଣିର ପାତ୍ର ରଖାଯାଇଛି। ଏବଂ ସେହି ପାତ୍ରରୁ ପାଣି ବାହାରୁଛି ।
କିନ୍ତୁ ଏହି ସନ୍ଦେହ ଦୂର କରିବା ପାଇଁ ପ୍ରତିମାରୁ ସମସ୍ତ ପାତ୍ର ବାହାର କରିଦିଆଯାଇଥିଲା । ତଥାପି ଜଳଧାରା ସେହିପରି ପ୍ରବାହିତ ହେଉଥିଲା । ଏଥିରୁ ଏହା ପ୍ରମାଣିତ ହୋଇଥିଲା ଯେ, ମା କାମାକ୍ଷା ଏଠାରେ ଏଠାରେ ବାସ କରିଛନ୍ତି । ସେବେଠାରୁ ଏଠାରେ ଅମ୍ବୁବାଚୀ ମହୋତ୍ସବ ମଧ୍ୟ ଆରମ୍ଭ ହୋଇଛି । ଏହି ପର୍ବ ସମୟରେ, ମନ୍ଦିରର ସମସ୍ତ ଦ୍ୱାର ତିନି ଦିନ ପାଇଁ ସମ୍ପୂର୍ଣ୍ଣ ବନ୍ଦ ଥାଏ । କାରଣ ୩ ଦିନ ପାଇଁ ମା ତାଙ୍କର ବାର୍ଷିକ ଋତୁସ୍ରାବ ଅବସ୍ଥାରେ ଥାଆନ୍ତି ଏବଂ ୩ ଦିନ ପରେ ଏହି ଦ୍ୱାରଗୁଡ଼ିକ ଖୋଲା ଯାଇଥାଏ।
ଅମ୍ବୁବାଚୀ ମେଳାକୁ ଦେବୀଙ୍କ ବିଶ୍ରାମର ସମୟ ଭାବରେ ବିବେଚନା କରାଯାଏ। ତେଣୁ ଏହି ସମୟରେ ମନ୍ଦିରର ଗର୍ଭଗୃହର ଦ୍ୱାର ବନ୍ଦ ଥାଏ ଏବଂ ୩ ଦିନ ପର୍ୟ୍ୟନ୍ତ ଦେବୀଙ୍କ ପୂଜା କରାଯାଏ ନାହିଁ । ଚତୁର୍ଥ ଦିନରେ, ଦେବୀଙ୍କୁ ଶୁଦ୍ଧିକରଣ ସ୍ନାନ ଦିଆଯାଏ ଏବଂ ମନ୍ଦିରର ଦ୍ୱାର ଭକ୍ତଙ୍କ ପାଇଁ ଖୋଲାଯାଏ।