(ମୋନାଲିସା ମିଶ୍ର / ଢେଙ୍କାନାଳ ): ଢେଙ୍କାନାଳ ସହରରେ ମାତିଛନ୍ତି ଗୋରୁ ମାଫିଆ।ଏହି ସହରରେ ଏବେ ଚାଲିଛି ରାତି ରାତି ଗୋରୁ ଚୋରି ରାକେଟ।ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ସ୍ଥାନ ମାନଙ୍କରୁ ଗାଇ ଗୋରୁ ଚାଲାଣର ବ୍ୟାପାର ବଢ଼ିବାରେ ଲାଗିଛି।ଏବେ ଖୋଦ ସହର ଭିତରେ ଗାଇ ଚୋର ସକ୍ରିୟ ହୋଇଛନ୍ତି।ସହର ମଧ୍ୟରୁ ଗାଇ ଚୋରି ହେବାର ଏକ ଦୃଶ୍ୟ ନଭେମ୍ବର ତିନ ତାରିଖରେ ଦେଖିବାକୁ ମିଳିଥିଲା।ଢେଙ୍କାନାଳ ଷ୍ଟେସନ ବଜାର ନିକଟରୁ କିଛି ଦୁର୍ବୁର୍ତ୍ତ ଏକ ସ୍କର୍ପିଓ ଯୋଗେ ରାତି ରାତି ବୁଲା ଗୋରୁଙ୍କୁ ଉଠାଇ ନେବାର ଦୃଶ୍ୟଟି ନିକଟସ୍ଥ ଦୋକାନରେ ଲାଗିଥିବା ସିସିଟିଭି ରେ କଏଦ ହୋଇଥିଲା। ଏହି ରାକେଟ କୁ ଲକ୍ଷ୍ୟରେ ରଖି ଟାଉନ ଥାନା ଅଧିକାରୀ, ସଦର ଏସଡ଼ିପିଓ ଙ୍କ ତତ୍ୱାବଧାନରେ ଗୋରୁ ବ୍ୟବସାୟୀଙ୍କୁ ଧରିବା ପାଇଁ ତଦନ୍ତ ଜୋରଦାର କରିଥିଲା।ଶେଷରେ ଏହି ରାକେଟରେ ବ୍ୟବହୃତ ଏକ ସ୍କର୍ପିଓ ଗାଡି ସହ ମୟୁରଭଞ୍ଜ ଜିଲ୍ଲାର ଅଭିଯୁକ୍ତ ଆସାମୀ ତିନି ଜଣ ଯଥାକ୍ରମେ ଏସକେ କୁରବାନ,ଏସକେ ଅବଦୁଲ କାଲାମ, ଗୁଲାମ ମୁସ୍ତାଫା କୁ ଗିରଫ କରିଛି ଟାଉନ ଥାନା ପୁଲିସ।ଗିରଫ ହୋଇଥିବା ଆସାମୀ ମାନେ ମୟୁରଭଞ୍ଜ ଜିଲ୍ଲାର ବାସିନ୍ଦା ବୋଲି ଜଣାପଡିଛି । ଏନେଇ, ପୁଲିସ ପକ୍ଷରୁ ଆଜି ଟାଉନ ଥାନାରେ ଏକ ସାମ୍ବାଦିକ ସମ୍ମିଳନୀରେ ଡକାଇ ସବିଶେଷ ତଥ୍ୟ ପ୍ରଦାନ କରିଛି।