କନ୍ଧମାଳ/ ମୃତ୍ୟୁଞ୍ଜୟ ଦିଗାଲ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଅଂଚଳରେ ଗଂଜେଇ କାରବାର ଦିନକୁ ଦିନ ବଢ଼ିବାରେ ଲାଗିଥିବା ବେଳେ ଲଗାତାର ଭାବରେ ପୋଲିସ ଭିଭିନ୍ନ ଜାଗାରେ ଚଢ଼ାଉ କରି ବିପୁଳ ମାତ୍ରାରେ ଗଞ୍ଜେଇ ଜବତ କରିବା ସହ ଅଭିଯୁକ୍ତ ମାନଙ୍କୁ ଗିରଫ କରି କୋର୍ଟ ଚାଲାଣ ମଧ୍ୟ୍ୟ କରୁଛି । ତଥାପି ଏହି ଫିରିଙ୍ଗିଆ ଅଂଚଳରୁ ଏହି ଚୋରା ଗଂଜେଇ କାରବାର ଥମିବାର ନା ଧରୁନି । ଅନ୍ୟପଟେ ଏହି ଗଂଜେଇ ଚାଲାଣରେ ଅଞ୍ଚଳର କେବଳ ପୁରୁଷ ମାନେ ନୁହନ୍ତି ମହିଳା ମାନେ ମଧ୍ୟ୍ୟ ସାମିଲ ଥିବା ଜଣା ପଡ଼ିଥିବା ବେଳେ ଏହିଭଳି ଏକ ମହିଳା ଗଂଜେଇ ଚାଲାଣକାରିଙ୍କୁ ଧରିବାରେ ସଫଳ ହୋଇଛି ଫିରିଙ୍ଗିଆ ପୋଲିସ । ପୋଲିସ କୌଣସି ବିଶେଷ ସୂତ୍ରରୁଖବର ପାଇଥିଲା ଯେ ଏକ ଅଟୋରେ ଗଂଜେଇ ଚାଲାଣ ହେଉଛି । ପରେ ଫିରିଙ୍ଗିଆ ଥାନା ଅଧିକାରୀ ତପନ କୁମାର ନାହାକଙ୍କ ସହ ଏକ ଟିମ ଫୁଲବାଣୀ ଫିରିଙ୍ଗିଆ ରାସ୍ତାର କୁଡୁକି ଘାଟି ନିକଟରେ ଅଟୋ ଟିକୁ କାବୁ କରିଥିଲେ ଓ ପରେ ଅଟୋ କୁ ଯାଞ୍ଚ କରିବାରୁ ଅଟୋରୁ ୭୮ କିଲୋ ୭୦୦ ଗ୍ରାମ ଗଂଜେଇ ଜବତ କରିବା ସହ ଏହି ଗଂଜେଇ ଚାଲାଣରେ ସମ୍ପୃକ୍ତି ଥିବା ଅଭିଯୋଗରେ ପାଞ୍ଚ ଜଣ ମହିଳାଙ୍କ ସହ ସମ୍ପୃକ୍ତ ଅଟୋର ଡ୍ରାଇଭର ଓ ଦୁଇଜଣ ବ୍ୟକ୍ତିଙ୍କୁ ଗିରଫ କରିଛି ପୋଲିସ । ତେବେ ଗିରଫ ମାନଙ୍କ ମଧ୍ୟରେ ଓଟୋ ଡ୍ରାଇଭର ଫିରିଙ୍ଗିଆ ଓଡ଼ିଆ ସାହିର ରାଜେଶ କୁମାର ସାହୁଙ୍କ ସହ କୌଶଲ୍ୟା ଦିଗାଲ ଓ ତାଙ୍କ ସ୍ୱାମୀ ଅଭିରାମ ଦିଗାଲ, ମାଳତୀ ଦିଗାଲ, ପ୍ରମିଳା ଦିଗାଲ ଓ ତାଙ୍କ ସ୍ୱାମୀ ସୁବ୍ରତ ଦିଗାଲ, ରୀନା ଦିଗାଲ, ପ୍ରଭାତୀ ଦିଗାଲ ଏମାନେ ସମସ୍ତେ ଫିରିଙ୍ଗିଆ ଥାନା କାଶିନୀପଦର ଗାଁ ର ବୋଲି ଜଣା ପଡ଼ିଥିବା ବେଳେ ଅନ୍ୟ ଜଣେ ଅଭିଯୁକ୍ତ ବୌଦ୍ଧ ଜିଲ୍ଲା ବଘିଆପଡା ଗାଁ ର ମନୋଜ କହଁର ବୋଲି ଜଣା ପଡିଛି । ତେବେ ପୋଲିସର ପ୍ରାଥମିକ ତଦନ୍ତ ରୁ ଏମାନେ ସମସ୍ତେ ଜଣେ ଜଣେ ପେସାଦାର ଗଞ୍ଜେଇ ମାଫିଆ ବୋଲି ଜଣା ପଡ଼ିଥିବା ବେଳେ ଜବତ ଅଟୋ ସହ ଗଂଜେଇ କାଶିନୀପଦର ଅଂଚଳରୁ ଫୁଲବାଣୀ ଅଞ୍ଚଳକୁ ଯାଉଥିବା ସୂଚନା ମିଳିଛି । ଏହି ଘଟଣାରେ ଫିରିଙ୍ଗିଆ ଥାନା ରେ ୫୧/୨୦୨୩ ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରିଥିବା ଫିରିଙ୍ଗିଆ ଥାନା ଅଧିକାରୀ ତପନ କୁମାର ନାହାକ ସୂଚନା ଦେଇଛନ୍ତି ।