ନୂଆଦିଲ୍ଲୀ : ଅଯୋଧ୍ୟା ରାମ ମନ୍ଦିର ମୁଖ୍ୟ ପୂଜକ ସତ୍ୟେନ୍ଦ୍ର ଦାସଙ୍କ ପରଲୋକ ହୋଇଛି । ସେ ୩ ଦଶନ୍ଧି ଧରି ରାମ ମନ୍ଦିରର ପୂଜକ ଥିଲେ । ୮୫ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି ବ୍ରେନ ଷ୍ଟ୍ରୋକ ପରେ ଫେବ୍ରୁଆରୀ ୩ ତାରିଖରୁ ଲକ୍ଷ୍ନୌ ପିଜିଆଇ ହସ୍ପିଟାଲରେ ସତ୍ୟେନ୍ଦ୍ରଙ୍କ ଚିକିତ୍ସା ଚାଲିଥିଲା। ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବା ପରେ ତାଙ୍କୁ ନ୍ୟୁରୋଲୋଜି ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ତାଙ୍କ ବିୟୋଗରେ ଉତରପ୍ରଦେଶ ସରକାର ଶୋକ ବ୍ୟକ୍ତ କରିଛନ୍ତି।
ତେବେ ଦୀର୍ଘ ୩୩ ବର୍ଷ ଧରି ରାମ ମନ୍ଦିରର ସେବା କରି ଆସୁଛନ୍ତି ସତୈନ୍ଦ୍ର । ୧୯୪୫ରେ ସନ୍ତକବୀରନଗର ଜିଲ୍ଲାରେ ସତ୍ୟେନ୍ଦ୍ର ଦାସଙ୍କ ଜନ୍ମ ପ୍ରଭୁଙ୍କ ସେବା ପାଇଁ ଘରଦ୍ବାରା ଛାଡି ଆଶ୍ରମରେ ସନ୍ନ୍ୟାସ ଜୀବନ ଗ୍ରହଣ କରିଥିଲେ। ୧୯୯୨ ମସିହାରରେ ରାମମନ୍ଦିର ପୂଜକ ଭାବେ ଦାୟିତ୍ବ ନେଲେ ।ପ୍ରାୟ ୩ ଦଶନ୍ଧି ଧରି ରାମମନ୍ଦିର ପୂଜକ ଥିଲେ ସତୈନ୍ଦ୍ର । ସେ ଅଯୋଧ୍ୟା ରାମମନ୍ଦିର ଆନ୍ଦୋଳନରେ ପ୍ରମୂଖ ଭୂମିକା ତୁଳାଇଥିଲେ ।