(ରିପୋର୍ଟସ ଟୁଡେ) ପୂର୍ବତନ ରାଜ୍ୟସଭା ସାଂସଦ ବୈଷ୍ଣବ ପରିଡା ଙ୍କ ପରଲୋକ । ୭୭ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି ।ଭୁବନେଶ୍ୱର ର ଏକ ଘରୋଇ ହସ୍ପିଟାଲରେ ତାଙ୍କର ମୃତ୍ୟୁ ଘଟିଛି । ସେ ଗତ କିଛିଦିନ ଧରି କର୍କଟ ରୋଗରେ ପୀଡିତ ଥିଲେ । ଦୁଇ ମାସରୁ ଉର୍ଦ୍ଧ ସମୟ ଧରି ସେ ଆମ୍ରି ହସ୍ପିଟାଲ ରେ ଚିକତ୍ସାଧୀନ ଥିଲେ । ତେବେ ବହୁ ଚେଷ୍ଟା ପରେ ମଧ୍ୟ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ମୃତ୍ୟୁ ବେଳକୁ ତାଙ୍କ ନିକଟରେ ପରିବାର ସଦସ୍ୟ ମାନେ ଉପସ୍ଥିତ ଥିଲେ । ଏହି ଖବର ପ୍ରଚାରିତ ହେବା ପରେ ବିଭିନ୍ନ ମହଲରେ ଶୋକ ର ଛାୟା ଖେଳିଯାଇଛି ।