ଦୁବାଇ : ଆଇସିସି ଚମ୍ପିଆନ୍ସ ଟ୍ରଫି ୨୦୨୫ର ଦ୍ୱିତୀୟ ମ୍ୟାଚରେ ଆଜି ଚାଲିଛି ଭାରତ – ବାଂଲାଦେଶ ଲଢେଇ । ମ୍ୟାଚରେ ବାଂଲାଦେଶ ଅଧିନାୟକ ନଜମୁଲ ହୁସୈନ ଶାନ୍ତୋ ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇ ବ୍ୟାଟିଂ କରିଛନ୍ତି । ଦଳ ମାତ୍ର ୩୫ରନରେ ୫ ଟି ୱିକେଟ ହରାଇ ଥିଲା । ସର୍ବଶେଷ ସୂଚନା ଅନୁସାରେ ବାଂଲାଦେଶ ୩୯ ଓଭରରେ ମାତ୍ର ୧୬୨ ରନ କରି ୫ ୱିକେଟ ହରାଇଛି ।
ଏହି ମ୍ୟାଚରେ ବାଂଲାଦେଶ ପକ୍ଷରୁ ଟାଞ୍ଜିଦ ହୁସେନ ଓ ମୌମ୍ୟ ସରକାର ବ୍ୟାଟିଂ ଆରମ୍ଭ କରିଥିଲେ । ତେବେ ସରକାର ଖାତା ଖୋଲିବା ପୂର୍ବରୁ ମହମ୍ମଦ ସାମ୍ମିଙ୍କ ବଲରେ ଆଉଟ ହୋଇଥିଲେ ।
ତାଙ୍କ ପରେ ଆସିଥିବା ନଜମଲ ହୁସେନ ସାଣ୍ଟୋ ମଧ୍ୟ ଖାତା ଖୋଲିବା ପୂର୍ବରୁ ହର୍ଷିିତ ରାଣାଙ୍କ ବଲରେ ବିରାଟ ହୋହଲିଙ୍କ ହାତରେ ଧରା ପଡି ଆଉଟ ହୋଇଥିଲେ । ସେହିପରି ମେହେଦି ହାସନ ମିରାଜ ମାତ ୫ ରନ କରି ସମ୍ମିଙ୍କ ବଲରେ ଶୁଭମନ ଗିଲଙ୍କ ହାତରେ ଧରା ପଡିଥିଲେ । ତେବେ ତାଞ୍ଜିଦ ୨୫ ରନ କରି ଅକ୍ଷର ପଟେଲଙ୍କ ବଲରେ ଆଉଟ ହୋଇଥିଲେ ।