କଥାସାର : ଭଗବାନଙ୍କ ଦିବ୍ୟ ପ୍ରକୃତ

0

ଭଗବାନ ଶ୍ରୀକୃଷ୍ଣ ଗୀତାରେ କହିଛନ୍ତି, ଯିଏ ମୋର ଆବିର୍ଭାବ ତଥା କର୍ମର ଦିବ୍ୟ ପ୍ରକୃତିକୁ ଜାଣି ନେଇଥାଏ, ସେ ଏହି ଶରୀରକୁ ଛାଡ଼ିବା ପରେ ଭୌତିକ ସଂସାରରେ ପୁଣି ଥରେ ଜନ୍ମ ନିଏ ନାହିଁ । ସେ ସନାତନ ଧାମ ପ୍ରାପ୍ତ କରିଥାଏ । ଭଗବାନଙ୍କ ଆବିର୍ଭାବର ସତ୍ୟକୁ ବୁଝି ପାରୁଥିବା ବ୍ୟକ୍ତି ଭବବନ୍ଧନରୁ ମୁକ୍ତ ହୋଇଥାଏ ଏବଂ ଏହି ଶରୀର ଛାଡ଼ି ପରେ ତୁରନ୍ତ ଭଗବାନଙ୍କ ଧାମକୁ ଫେରି ଯାଇଥାଏ । ନିର୍ବିଶେଷବାଦୀ ତଥା ଯୋଗୀଜନ ପର୍ଯ୍ୟାପ୍ତ କଷ୍ଟ ଏବଂ ଜନ୍ମଜନ୍ମାନ୍ତରର ଯାତନା ସହି ମୁକ୍ତି ପ୍ରାପ୍ତ କରିଥାନ୍ତି ।

ଭଗବାନଙ୍କ ଶରୀରର ଦିବ୍ୟ ପ୍ରକୃତି ତଥା ତାଙ୍କ କାର୍ଯ୍ୟକଳାପକୁ ବୁଝି ପାରୁଥିବା ଭକ୍ତ ଏହି ଶରୀର ଛାଡ଼ିବା ପରେ ପୁନଃ ଜନ୍ମଜନ୍ମାନ୍ତର ଚକ୍ରରେ ପଡ଼େ ନାହିଁ । ପୁଣି ଥରେ ଏହି ମୋହ ମାୟା ଭରା ଦୁନିଆକୁ ଫେରିବାର ଭୟ ଏଭଳି ଆତ୍ମା ନିକଟରେ ନଥାଏ । ଭଗବାନଙ୍କ ଅନେକ ଦିବ୍ୟ ସ୍ୱରୂପ ରହିଛି । ତଥାପି ସେ ଅଦ୍ୱେୟ । ଏହି ତଥ୍ୟକୁ ବିଶ୍ୱାସପୂର୍ବକ ବୁଝି ପାରୁଥିବା ବିଦ୍ୱାନ ଜ୍ଞାନ ଯୋଗୀରେ ପରିଣତ ହୋଇଥାଏ । ଏଭଳି ଭକ୍ତ ସହ ଭଗବାନ ସର୍ବଦା ସମ୍ବନ୍ଧ ସ୍ଥାପନ କରିଥାନ୍ତି । ଏ ସମ୍ପର୍କରେ ସ୍ୱୟଂ ଭଗବାନ ଭଗବତ୍ ଗୀତାରେ ବର୍ଣ୍ଣନା କରିଛନ୍ତି । ଏହି ସତ୍ୟକୁ ସ୍ୱୀକାର କରୁଥିବା ଭକ୍ତ ବୃଥା ଚିନ୍ତନରେ ସମୟ ନଷ୍ଟ ନକରି ମୁକ୍ତି ନିମନ୍ତେ ଚରମ ସିଦ୍ଧି ପ୍ରାପ୍ତ କରିଥାଏ ।