ମହାପୁରୁଷଙ୍କ ଜୀବନୀ ମାଧ୍ୟମରେ ଯୁବନେତାଙ୍କୁ ପ୍ରଣବଙ୍କ ପ୍ରେରଣା

0

ଭୁବନେଶ୍ୱର: ବିଜୁ ଜନତା ଦଳର ଯୁବ ଛାତ୍ର ସଂଗଠନକୁ ଆହୁରି କ୍ରିୟାଶୀଳ ଓ ଲୋକାଭିମୁଖୀ କରିବା ତଥା କରୋନା କାଳରେ ଲୋକଙ୍କ ନିକଟରେ ପହଞ୍ଚି ସେମାନଙ୍କ ସମସ୍ୟାର ଆଶୁ ସମାଧାନ ଲକ୍ଷ୍ୟରେ ଦଳର ସାଂଗଠନିକ ସଭାପତି ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାଶ ଆରମ୍ଭ କରିଛନ୍ତି ସାଂଗଠନିକ ସମୀକ୍ଷା ବୈଠକ । ଏହି ପ୍ରକ୍ରିୟାରେ ଦ୍ୱିତୀୟ ସମୀକ୍ଷା ବୈଠକ ଭିଡିଓ କନଫେରେନ୍ସିଂ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । ଦ୍ୱିତୀୟ ବୈଠକରେ ଗଞ୍ଜାମ, ରାୟଗଡା, ନବରଙ୍ଗପୁର, କୋରାପୁଟ, ମାଲକାନଗିରି ଓ ବ୍ରହ୍ମପୁର ସାଂଗଠନିକ ଜିଲ୍ଲାର ଦଳୀୟ ଛାତ୍ର ସଂଗଠନ ଯୋଗ ଦେଇଥିଲେ ।
ଏହି ଅବସରରେ ପ୍ରଣବ ଯୁବ ଛାତ୍ର ନେତାମାନଙ୍କୁ ସନ୍ଥକବି ଭୀମ ଭୋଇ, ଉକ୍ରଳ ଗୌରବ ମଧୁସୂଦନ ଦାସ, ଉକ୍ରଳ ମଣୀ ଗୋପବନ୍ଧୁ ଦାସଙ୍କ ସେବା ମନୋବୃତ୍ତିକୁ ନେଉ ପ୍ରେରଣାଦାୟୀ ତଥ୍ୟ ପ୍ରଦାନ କରିଥିଲେ । ଏଥିସହ ମୁଖ୍ୟମନ୍ତ୍ରୀଙ୍କ ଦୁରଦୃଷ୍ଟିତା ପୂର୍ଣ୍ଣ ନୀତି ଓ ନେତୃତ୍ୱରେ ରାଜ୍ୟ ସମଗ୍ର ବିଶ୍ୱ ଦରବାରରେ ସାମାଜିକ ସୁରକ୍ଷା ପ୍ରଦାନ କରିବାରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି । ଏହାକୁ ଆଗକୁ ବଢାଇବାକୁ ପ୍ରଣବ ଆଜିର ଯୁବପିଢିଙ୍କୁ ଆହ୍ୱାନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ, ବିଜୁ ଜନତା ଦଳର ରାଜ୍ୟ ସମ୍ପାଦକ ତଥା ବିଜୁ ଯୁବ ଜନତା ଦଳର ରାଜ୍ୟ ସଭାପତି ଅମରେଶ ପାତ୍ରୀ, ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ରାଣାପ୍ରତାପ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।