ହିଟ ହୋଇଥିବା ବିବାଦୀୟ ୫ଟି ଫିଲ୍ମ

0

ଦ କେରଳ ଷ୍ଟୋରୀ:
ରିଲିଜ ହେବାପରେ ସବୁଆଡେ ଚର୍ଚ୍ଚାରେ ରହିଛନ୍ତି ।ଏହାରି ଭିତରେ ଫିଲ୍ମର ମୋଟ ଆୟ ୮୦.୮୬ କୋଟି ଟଙ୍କା ହୋଇସାରିଛି। ରିଲିଜ ହେବାପରେ ବହୁ ବାଦ ବିବାଦ ଲାଗି ରହିଥିବା ବେଳେ ‘ଦ କେରଳ ଷ୍ଟୋରୀକୁ’ କିଛି ସ୍ଥାନରେ ଏହାକୁ ବ୍ୟାନ କରିଛନ୍ତି । କିନ୍ତୁ ଏହି ଚଚ୍ଚିତ୍ରକୁ ଲୋକ ଖୁବ ପସନ୍ଦ କରୁଛନ୍ତି ।

ଏହି ଫିଲ୍ମର ସମର୍ଥକ ଚଳଚ୍ଚିତ୍ର ଦେଖିବାକୁ ଅନୁରୋଧ କରୁଛନ୍ତି । ଫିଲ୍ମକୁ ନେଇ ବିବାଦ ହେବା ପ୍ରଥମ ଘଟଣା ନୁହେଁ ଆଗରୁ ଏହିପରି ଚଳଚ୍ଚିତ୍ର ହୋଇଛି ଯାହାକୁ ନେଇ ଅନେକ ବାଦ ବିବାଦ ଦେଖିବାକୁ ମିଳିଛି କିନ୍ତୁ ବକ୍ସ ଅଫିସରେ ଏହା ଧୁମ ମଚାଇଥିଲା । ତେବେ ଆସନ୍ତୁ ଜାଣିବା ସେହି ପିଲ୍ମ ସମ୍ପର୍କରେ

ଦ କାଶ୍ମୀର ଫାଇଲ୍ସ:
‘ଦ କେରଳ ଷ୍ଟୋରୀ’ ଭଳି ‘ଦ କାଶ୍ମୀର ଫାଇଲ୍ସ’ କୁ ନେଇ ମଧ୍ୟ ସେସିୟାଲ ମିଡିଆରେ ବାଦ ବିବାଦ ଦେଖାଯାଇଥିଲା ।କିନ୍ତୁ ଏହି ଫିଲ୍ମଟି ରିଲିଜ୍ ହେବା ପରେ ବକ୍ସ ଅଫିସ୍ରେ ରେକର୍ଡ ସୃଷ୍ଟି କରିଥିଲା। ଏହି ଚଳଚ୍ଚିତ୍ର ପରେ ବର୍ତ୍ତମାନ ‘ଦ କେରଳ ଷ୍ଟୋରୀ’କୁ ନେଇ ସମାନ ପରିବେଶ ସୃଷ୍ଟି ହୋଇଛି। ତଥାପି ଏହାର ରୋଜଗାର ବଢି ବଢି ଚାଲିଛି।

ପଠାନ:
ସାହାରୁଖ ଖାନଙ୍କ ଆକ୍ସନ ସିନେମା ରିଲିଜ ହେବା ପୂର୍ବରୁ ବହୁ ବିବାଦ ଲାଗିରହିଥିଲା ।ଫିଲ୍ମର ଗୀତ ବେସରମ ରଙ୍ଗ.. ରେ ଦୀପିକା ପାଦୁକୋନ ପିନ୍ଧିଥିବା ଗେରୁଆରଙ୍ଗର ବକିନିି ପିନ୍ଧିଥିବାରୁ ତାଙ୍କୁ ବହୁ ଟ୍ରୋଲ କରାଯାଥିଲା । ଏହି ଚଳଚ୍ଚିତ୍ର ରିଲିଜ ନ କରିବାକୁ ଦାବି ମଦ୍ୟଳ କରାଯାଇଥିଲା କିନ୍ତୁ ଏହିସବୁ ପରେ ଫିଲ୍ମଟି ପରଦାକୁ ଆସିବା ପରେ ଦର୍ଶକ ଏହାକୁ ଖୁବ ଭଲ ପାଇବା ଦେଇଥିଲେ। ଏହି ଚଳଚ୍ଚିତ୍ର ୫୩୦ କୋଟିରୁ ଅଧିକ ରୋଜଗାର କରିଥିଲା।

ପଦ୍ମାବତ:
ସଞ୍ଜୟ ଲୀଲା ଭନ୍ସାଲୀଙ୍କ ଫିଲ୍ମ ପଦ୍ମାବତ ରିଳିଜ ହେବା ପୂର୍ବରୁ ପୂର୍ବରୁ ଏହାର ଟାଇଟଲ୍ ଏବଂ ଗୀତକୁ ନେଇ ଅନେକ ଗଣ୍ଡଗୋଳ ହୋଇଥିଲା ।ପରେ ଏହି ଚଳଚ୍ଚିତ୍ରରର ଟାଇଟଲ୍ ‘ପଦ୍ମାବତୀ’ ଥିଲା କିନ୍ତୁ ବିରୋଧ ପରେ ଏହାର ଟାଇଟଲ୍ ‘ପଦ୍ମାବତ’କୁ ବଦଳାଯାଇଥିଲା।ସେହିଭଳି ପଦ୍ମାବତ ଫିଲ୍ମର ‘ଘୁମର’ ଗୀତକୁ ନେଇ ବିବାଦ ହୋଇଥିଲା ପରେ ଏହି ଗୀତକୁ କିଛି କିଛି ପରିବର୍ତ୍ତନ କରାଯାଇଥିଲା ।

ପିକେ:
ଆମୀର ଖାନଙ୍କ ବ୍ଲକ୍ବଷ୍ଟର୍ ଫିଲ୍ମ ‘ପିକେ’ ମଧ୍ୟ ଅନେକ ବିବାଦରେ ଛନ୍ଦି ହୋଇଥିଲା।ଧର୍ମକୁ ନେଇ ଭ୍ରାନ୍ତି ସୃଷ୍ଟି କରୁଥିବା ଅଭିଯୋଗ ହୋଇଥିଲା। ଅନେକ ସଂସ୍ଥା ଫିଲ୍ମର ପୋଷ୍ଟର ମଧ୍ୟ ପୋଡି ଥିଲେ। ଏହି ବିବାଦ ଭିତରେ ବି ଫିଲ୍ମ ‘ପିକେ’ ୭୦୦ କୋଟିରୁ ଅଧିକ ରୋଜଗାର କରି ବ୍ଲକ୍ବଷ୍ଟର୍ ଚଳଚ୍ଚିତ୍ର ତାଲିକାରେ ସାମିଲ୍ ହୋଇଥିଲା।