ରିଲିଜ ପୂର୍ବରୁ ଭାଇରଲ ହେଲା ଓଲିଉଡ୍ ଷ୍ଟାର ବାବୁସାନଙ୍କ ଫିଲ୍ମ ‘ବୋଉ ବୁଟୁ ଭୂତ’

0

ଭୁବନେଶ୍ୱର; ରିଲିଜ ପୂର୍ବରୁ ଭାଇରଲ ହେଲା ଓଲିଉଡ୍ ଷ୍ଟାର ବାବୁସାନଙ୍କ ଫିଲ୍ମ ‘ବୋଉ ବୁଟୁ ଭୂତ’ । ଗୋଟିଏ ପଟେ ପାଇରେସିକୁ ସମ୍ପୂର୍ଣ ଭାବେ ବନ୍ଦ କରିବାରେ ସମର୍ଥ ହୋଇନାହିଁ । ଏପଟେ କିନ୍ତୁ କ୍ଲିପ ଲିକ୍ ଘଟଣା ନିର୍ମାତା ନିର୍ଦ୍ଦେଶଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି ।

ତେବେ ଏହା କେଉଁ ସୋର୍ସରୁ ଲିକ୍ ହୋଇଛି ଏବଂ କେଉଁ ଉଦ୍ଦେଶ୍ୟ ରଖି ଏପରି କରାଯାଇଛି ତାହା ଏପର୍ଯ୍ୟନ୍ତ ଜଣାପଡିନି । ବୋଉ ବୁଟୁ ଭୁତ’ର ବ୍ୟାବସାୟିକ ସଫଳତା ଉପରେ ଏହା ନିଶ୍ଚିତ ଭାବେ ପ୍ରଭାବ ପକାଇବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ କୁହାଯାଇଛି। ଏହାକୁ ନେଇ ନିର୍ଦ୍ଦେଶକ ଜଗଦିଶ ମିଶ୍ର ଏବଂ ଅଭିନେତା ବାବୁସାନ ମହାନ୍ତି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।