ବସ କୁ ପିଟିଲା ଟ୍ରକ , ୧୫ ଆହତ

0

( ରିପୋର୍ଟସଟୁଡେ): ଆଜି ପୁଣି ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍‌ଟି ରାଉରକେଲାରୁ ଅନୁଗୋଳ ଜିଲ୍ଲା ପାଲଲହଡାକୁ ଯାଉଥିବା ବେଳେ ଲହୁଣୀପଡ଼ା ଥାନା ଖୁଟୁଗାଁ ନିକଟରେ ଏକ ଦ୍ରୁତଗାମୀ ଟ୍ରକ ଧକ୍କା ଦେଇଥିଲା। ଫଳରେ ୧୫ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରାଯାଇ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି।

୩୦ ଜଣ ଯାତ୍ରୀଙ୍କୁ ଧରି ‘ଜଗଦମ୍ୱା’ ବସ୍‌ଟି ପାଲଲହଡ଼ା ଅଭିମୁଖେ ଆସୁଥିଲା। ଖୁଟୁଗାଁ ନିକଟରେ ବିପରିତ ଦିଗରୁ ଆସୁଥିବା ଏକ ଟ୍ରକ୍‌ ବସ୍‌କୁ ଧକ୍କା ଦେବାରୁ ରାସ୍ତା ଉପରେ ଓଲଟି ପଡ଼ିଥିଲା। ଫଳରେ ୧୫ ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ସ୍ଥାନୀୟ ଲୋକେ ଯାତ୍ରୀଙ୍କୁ ଉଦ୍ଧାର କରି ବିଭିନ୍ନ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ସୁଦ୍ଧା ବସ୍‌ ଓ ଟ୍ରକ୍‌ ଚାଳକଙ୍କ ସମ୍ପର୍କରେ ସୂଚନା ମିଳିପାରି ନାହିଁ।