ଜଣେ ମହିଳାଙ୍କୁ ଫିଲ୍ମରେ ସୁଯୋଗ ଦେବାକୁ ପ୍ରତିଶ୍ରୁତି ଦେଇ ବଳାତ୍କାର କରିଥିବା ଅଭିଯୋଗରେ ମାମଲା ରୁଜୁ

0

ମୁମ୍ବାଇ-: ବିବାଦରେ ଛନ୍ଦି ହୋଇ ଯାଉଛନ୍ତି ଅଭିନେତା ଅଜାଜ ଖାନ। ୱେବ୍ ସୋ’ ‘ହାଉସ୍ ଆରେଷ୍ଟ’ରେ ଅଶ୍ଳୀଳ ବିଷୟବସ୍ତୁ ପ୍ରସାରଣ କରୁଥିବା ଅଭିଯୋଗରେ ତାଙ୍କ ବିରୋଧରେ ଏକ ମାମଲା ରୁଜୁ ‌ହୋଇଥିବା ବେଳେ ଏବେ ଆଉ ଏକ ମାମଲା ରୁଜୁ ହୋଇଛି । ଜଣେ ମହିଳାଙ୍କୁ ଫିଲ୍ମରେ ସୁଯୋଗ ଦେବାକୁ ପ୍ରତିଶ୍ରୁତି ଦେଇ ବଳାତ୍କାର କରିଥିବା ଅଭିଯୋଗ ଆଧାରରେ ମୁମ୍ବାଇର ଚାରକୋପ୍ ପୋଲିସ ଷ୍ଟେସନରେ ଏକ ନୂତନ ମାମଲା ରୁଜୁ ହୋଇଛି । ଥାନା ଅଧିକାରୀ କହିଛନ୍ତି ଯେ ଅଭିନେତାଙ୍କ ବିରୁଦ୍ଧରେ  ଭାରତୀୟ ନ୍ୟାୟ ସଂହିତା ଧାରା ଅନୁଯାୟୀ ମାମଲା ରୁଜୁ କରାଯାଇଛି ଏବଂ ତଦନ୍ତ ଚାଲିଛି ।

ତେବେ ଅଜାଜ ଖାନଙ୍କ ଦ୍ୱାରା ହୋଷ୍ଟ କରାଯାଉଥିବା  ୱେବ୍ ସୋ’ ଉଲ୍ଲୁ ଆପରେ ଷ୍ଟ୍ରିମ୍ ହେଉଛି। “ବଜରଙ୍ଗ ଦଳର କର୍ମୀ ଗୌତମ ରାଭ୍ରିଆଙ୍କ ଦ୍ୱାରା ଦାଖଲ କରାଯାଇଥିବା ଅଭିଯୋଗ ଆଧାରରେ ପୋଲିସ  ଅଭିନେତା ଅଜାଜ ଖାନ, ‘ହାଉସ୍ ଆରେଷ୍ଟ’ ୱେବ୍ ସୋ’ର ପ୍ରଯୋଜକ ରାଜକୁମାର ପାଣ୍ଡେ ଏବଂ ଉଲ୍ଲୁ ଆପର ଅନ୍ୟ ବ୍ୟକ୍ତିଙ୍କ ବିରୋଧରେ ଏକ ମାମଲା ରୁଜୁ କରିଛି । ଅଭିଯୋଗ ଅନୁଯାୟୀ, ୱେବ୍ ସୋ’ରେ ଅଶ୍ଳୀଳ ଭାଷା ପ୍ରୟୋଗ ହୋଇଥିଲା ଏବଂ ସୋ’ରେ ପ୍ରଦର୍ଶିତ କାର୍ଯ୍ୟଗୁଡ଼ିକ ମହିଳାଙ୍କୁ ଅସମ୍ମାନିତ କରିବା ଭଳି ଥିଲା ବୋଲି ସେ କହିଛନ୍ତି ।