ମହାରାଜା ଉଚ୍ଚ ବିଦ୍ୟାଳୟରେ ଶୋକସଭା ଓ ମୋ ସ୍କୁଲ ଅଭିଯାନ କମିଟିର ବୈଠକ ଅନୁଷ୍ଠିତ

0

ସୁବର୍ଣ୍ଣପୁର:   ମହାରାଜା ଉଚ୍ଚ ବିଦ୍ୟାଳୟ, ସୁବର୍ଣ୍ଣପୁରର ତିନିଜଣ ପୁରାତନ ଛାତ୍ର ଇଂ. ଅଚ୍ୟୁତାନନ୍ଦ ରଥ, କ୍ରୀଡାବିଦ୍ ବଳରାମ ପଣ୍ଡା ଏବଂ କ୍ରୀଡାବିଦ୍ ସତୀଶଚନ୍ଦ୍ର ପଟ୍ଟନାୟକଙ୍କ ସ୍ବର୍ଗବାସ ଯୋଗୁଁ ବିଦ୍ୟାଳୟ ପ୍ରାଙ୍ଗଣରେ ପୁରାତନ ଛାତ୍ର ସଂଘ ସଭାପତି ଗୋରେଖନାଥ ସାହୁଙ୍କ ଅଧ୍ୟକ୍ଷତାରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି I ସ୍ବର୍ଗତ ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯିବାପରେ ସଂଘର ସଂପାଦକ ବ୍ୟୋମକେଶ ଦାଶ, ସଭ୍ୟ କଇରୁ ସ୍ବାଇଁ, ପର୍ଶୁରାମ ମିଶ୍ର, ଦିଲ୍ଲୀପ କୁମାର ରଥ, ରଘୁନାଥ ସାହୁ, ବାଳଗୋପାଳ ମହାପାତ୍ର, ଗତିକୃଷ୍ଣ ମିଶ୍ର, ପ୍ରଧାନ ଶିକ୍ଷକ ଆଶୀଷ କୁମାର ରଥ ପ୍ରମୁଖ ଉପରୋକ୍ତ ତିନିଜଣଙ୍କ ଗୁଣଗାନ କରି ଶ୍ରଦ୍ଧାଂଜଳି ଅର୍ପଣ କରିଥିଲେ I ସେମାନଙ୍କ ଅବର୍ତ୍ତମାନରେ ତିନିଜଣ ବରପୁତ୍ରଙ୍କୁ ସୁବର୍ଣ୍ଣପୁର ଜିଲ୍ଲା ହରାଇଲା ବୋଲି ବକ୍ତାମାନେ ପ୍ରକାଶ କରିଥିଲେ I ଶୋକସଭା ପରେ ବିଦ୍ୟାଳୟ ମୋ ସ୍କୁଲ ଅଭିଯାନ କମିଟି ତରଫରୁ ବିଦ୍ୟାଳୟର ଶୈକ୍ଷିକ ଏବଂ ସର୍ବାଙ୍ଗୀନ ଉନ୍ନତି ସଂପର୍କରେ ବିଶଦ ଆଲୋଚନା କରାଯାଇ ଉନ୍ନତିମୂଳକ କାମ ସବୁ ଶୀଘ୍ର ଆରମ୍ଭ କରାଯିବା ନିମନ୍ତେ ପ୍ରସ୍ତାବ ଗୃହୀତ ହୋଇଥିଲା ଏବଂ ଏଥିପାଇଁ ଏକ କାର୍ଯ୍ୟକାରୀ କମିଟୀ ନିମ୍ନଲିଖିତ ସଭ୍ୟମାନଙ୍କୁ ନେଇ ଗଠନ କରାଯାଇଥିଲା I ସଭାପତି – ଗୋରେଖନାଥ ସାହୁ, ସଂପାଦକ –  ଆଶୀଷ କୁମାର ରଥ (ପ୍ରଧାନ ଶିକ୍ଷକ), ତଥା  କଇରୁ ସ୍ବାଇଁ, ପର୍ଶୁରାମ ମିଶ୍ର, ଦିଲ୍ଲୀପ କୁମାର ରଥ, ଗତିକୃଷ୍ଣ ମିଶ୍ର ଓ ବ୍ୟୋମକେଶ ଦାଶ କମିଟୀର ସଭ୍ୟ ଭାବରେ ମନୋନୀତ ହୋଇଥିଲେ I ଏହି ସଭାରେ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ  ଓ ସାମ୍ବାଦିକ ମାନେ ମଧ୍ୟ୍ୟ ଉପସ୍ଥିତ ରହିଥିଲେ I ସଭା ଶେଷରେ ସଂପାଦକ ବ୍ୟୋମକେଶ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ I