ଓଡେଶା : ୟୁକ୍ରେନ ଉପରେ ଋଷ ଆକ୍ରମଣ କରିବା ପରଠୁ ପୁରା ବିଶ୍ୱର ନଜର ଏବେ ପୁଟିନଙ୍କ ଉପରେ । ୟୁକ୍ରେନ ପରେ ପୁଟିନ ଆଉ କେଉଁ ଦେଶକୁ ଆକ୍ରମଣ କରିପାରନ୍ତି ବୋଲି ସାରା ବିଶ୍ୱର ନେତାମାନେ ଚର୍ଚ୍ଚା କରୁଛନ୍ତି । ଏହାରି ମଧ୍ୟରେ ପୁଟିନଙ୍କୁ ଫେବୃଆରୀ ମାସରେ ବିଷ ଦେଇ ହତ୍ୟା କରିବାକୁ ଷଡଯନ୍ତ୍ର ହୋଇଥିବା ଖବର ଏକ ଗଚ୍ଚମାଧ୍ୟମର ପ୍ରକାଶ ପାଇବା ପରେ ପୁଟିନ ତାଙ୍କର ୧ ହଜାର ବ୍ୟକ୍ତିଗତ କର୍ମଚାରୀଙ୍କୁ ବଦଳି କରିଦେଇଥିବା ଏକ ରିପୋର୍ଟରେ ପ୍ରକାଶ ପାଇଛି । ହେଲେ ୟୁକ୍ରେନର ବିଶେଷ ସେନା ଅଭିଯାନ ଆରମ୍ଭ କରିବା ପୂର୍ବରୁ କିମ୍ବା ପରେ ପୁଟିନ ଏଭଳି ପଦକ୍ଷେପ ନେଇଥିଲେ ତାହା ସ୍ପଷ୍ଟ ହୋଇନାହିଁ ।
ରେପୋର୍ଟ ଅନୁଯାୟୀ, ପୁଟିନ ତାଙ୍କର ବ୍ୟକ୍ତିଗତ ରୋଷେୟା ସମେତ, ସଫେଇ କର୍ମଚାରୀ , ଅଙ୍ଗ ରକ୍ଷୀ ପରି ଅନେକ କର୍ମଚାରୀଙ୍କୁ ପରିବର୍ତ୍ତନ କରାଇଦେଇଛନ୍ତି । ୟୁକ୍ରେନର ଗୁଇନ୍ଦା ସଂସ୍ଥା କହିବା ମୁତାବକ ପୁଟିନଙ୍କୁ ବିଷ ଦେଇ ହତ୍ୟା କରାଯିବାକୁ ଷଡଯନ୍ତ୍ର ହୋଇଥିଲା ଏହି ଷଢ ଯନ୍ତ୍ରକୁ ନଜର ରଖି ପୁଟିନ ଏପରି କରିଚନ୍ତି । ମସ୍କୋର ଶୀର୍ଷସ୍ତରୀୟ ଅଧିକାରୀଙ୍କ ଉଦ୍ୟମ ପ୍ରସଙ୍ଗକୁ ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି କହିହେବ ନାହିଁ ବୋଲି ୟକ୍ର୍ରେନର ଗୁଇନ୍ଦା ସଂସ୍ଥା କହିଛି ।