ନୂଆଦିଲ୍ଲୀ: ପାର୍ଥୀ ଘୋଷଣାର ୪୮ ଘଣ୍ଟା ମଧ୍ୟରେ ନିଜର ଅପରାଧିକ ମାମଲାକୁ ସାର୍ବଜନୀନ କରିବା ପାଇଁ ନିଦ୍ଦେର୍ଶ ଦେଇଛନ୍ତି ସୁପ୍ରିମକୋର୍ଟ । ଭାରତୀୟ ନିର୍ବାଚନକୁ ଅପରାଧ ମୁକ୍ତ କରିବା ପାଇଁ ମଙ୍ଗଳବାର ସୁପ୍ରିମକୋର୍ଟ ଏନେଇ ନିର୍ଦ୍ଦେଶ ଜାରି କରିଛନ୍ତି । ସୁପ୍ରିମକୋର୍ଟ ଏହାକୁ ୧୩ ଫେବୃଆରୀ ୨୦୨୦ ରେ ଏକ ଶୁଣାଣିକୁ ସଂଶୋଧନ କରିଛନ୍ତି । ପୂର୍ବ ନିଷ୍ପତି ଅନୁସାରେ ନିର୍ବାଚନ ପାର୍ଥୀ ନାମାଙ୍କନର ଦୁଇସପ୍ତାହ ମଧ୍ୟରେ ନିଜର ଅପରାଧିକ ମାମଲାର ସୂଚୀ ସାର୍ବଜନୀନ କରିବାକୁ ଥିଲା ବେଳେ ଏବେ ଏହା ୪୮ ଘଣ୍ଟା କୁ ପରିବର୍ତ୍ତନ କରାଯାଇଛି ।
ଯଦି କୌଣସି ରାଜନୈତିକ ଦଳ ଏହାକୁ ରକାର୍ଯ୍ୟକାରୀ କରନ୍ତି ନାହିଁ ତେବେ ନିର୍ବାଚନ ଚିହ୍ନକୁ ନିଲମ୍ବିତ କରିଦିଆଯିବ । ଏହା ସହିତ ରାଜନୈତିକ ଦଳ କାହିଁକି ଅପରାଧିକ ମାମଲା ଥିବା ପାର୍ଥୀଙ୍କୁ ଚୟନ କରାଯାଇଛି ତାହାର ଏକ ସମ୍ପୁର୍ଣ୍ଣ ବିବରଣୀ ସତ୍ତେ୍ବ ରାଜନୈତିକ ଦଳ େଓ୍ବସାଇଟ୍ ଓ ଖବରକାଗଜରେ ପ୍ରକାଶ କରିବାକୁ ତାଗିଦ କରିଛନ୍ତି ସୁପ୍ରିମକୋର୍ଟ । ଭାରତରେ ରାଜନୈତିକ ଅପରାଧ ଦୃତଗତିରେ ବଢିଛି । ୨୦୦୪ରେ ସାଂସଦ ମାନଙ୍କ ବିରୋଧରେ ଅପରାଧିକ ମାମଲା ୨୪ ପ୍ରତିଶତ ଥିଲା ବେଳେ ୨୦୦୯ ,୨୦୧୪ ,୨୦୧୯ ରେ ଯଥାକ୍ରମେ ୩୦ ପ୍ରତିଶତ ୩୪ ପ୍ରତିଶତ ୪୩ ପ୍ରତିଶତ ବଢିଛି ।