କେଵଲାଙ୍ଗ ଥାନାର ଆମରୁଡ଼ି ଗ୍ରାମରେ ସାମାନ୍ୟ ବଚସାରୁ ଡବଲ ମର୍ଡର । ମାରିବା ପରେ ଗାଁ ପାଖ ନାଳରେ ଲୁଚାଇ ରଖିଥିଲା ଅଭିଯୁକ୍ତ । ଅଭିଯୁକ୍ତ ଶନିବାର ଦିନ ଏହି ଜଘନ୍ୟ ହତ୍ୟାକାଣ୍ଡ ଘଟାଇ ଗାଁ ପାଖ ନାଳରେ ଲୁଚାଇ ଦେଇଥିବା ଜଣା ପଡ଼ିଛି। ପରିବାର ଲୋକ ଖୋଜାଖୋଜି କରିବାପରେ ଅଭିଯୁକ୍ତ ଅଜି କେବଲାଙ୍ଗ ଥାନାରେ ଯାଇ ଆତ୍ମସମର୍ପଣ କରିଛି । ତେବେ କେବଲାଙ୍ଗ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛି |