ବଦଳିଲେ ଇସ୍ରୋ ମୁଖ୍ୟ, ଡକ୍ଟର ଭି ନାରାୟଣ ନୂଆ ଅଧ୍ୟକ୍ଷ

0

ନୂଆବର୍ଷ ଆରମ୍ଭରୁ ଇସ୍ରୋକୁ ମିଳିଲା ନୂଆ ମୁଖିଆ। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ର ପରବର୍ତ୍ତୀ ଅଧ୍ୟକ୍ଷ ଭାବେ ଡ ଭି ନାରାୟଣନଙ୍କୁ ନିଯୁକ୍ତି ଦିଆଯାଇଛି।କେନ୍ଦ୍ର ସରକାର ଡକ୍ଟର ଭି ନାରାୟଣନଙ୍କୁ ଇସ୍ରୋର ନୂତନ ଅଧ୍ୟକ୍ଷ ଏବଂ ମହାକାଶ ବିଭାଗର ସଚିବ ଭାବେ ନିଯୁକ୍ତ କରିଛନ୍ତି। ଜାନୁଆରି ୧୪ତାରିଖରେ ଇସ୍ରୋର ବର୍ତ୍ତମାନର ମୁଖ୍ୟ ଏସ୍ ସୋମନାଥଙ୍କଠାରୁ ଦାୟିତ୍ୱ ଗ୍ରହଣ କରିବେ। ତାଙ୍କର କାର୍ୟ୍ୟକାଳ ଦୁଇ ବର୍ଷ ହେବ। ଏନେଇ କେନ୍ଦ୍ର ସରକାରଙ୍କ କ୍ୟାବିନେଟ୍ ନିଯୁକ୍ତି କମିଟି ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରି ସୂଚନା ଦିଆଯାଇଛି।


ଡ଼ଃ ଭି ନାରାୟଣନ ୧୯୮୪ରେ ଇସ୍ରୋରେ ସାମିଲ ହୋଇଥିଲେ । ସେ ବର୍ତ୍ତମାନ ISRO ରେ ଲିକ୍ୱିଡ୍ ପ୍ରପୁଲସନ୍ ସିଷ୍ଟମ୍ ସେଣ୍ଟରର ନିର୍ଦ୍ଦେଶକ ଭାବରେ କାର୍ୟ୍ୟ କରୁଛନ୍ତି ଜ୍ଝ ବର୍ତ୍ତମାନ ସେ ଲିକ୍ୱିଡ୍ ପ୍ରପୁଲସନ୍ ସିଷ୍ଟମ୍ ସେଣ୍ଟର (LPSC)ର ନିର୍ଦ୍ଦେଶକ ଅଛନ୍ତି। ପ୍ରାୟ ୪ ଦଶନ୍ଧିର କ୍ୟାରିଅରରେ ସେ ଇସ୍ରୋରେ ଅନେକ ପ୍ରମୁଖ ପଦ ପଦବୀରେ ରହିଆସିଛନ୍ତି। ଡକ୍ଟର ନାରାୟଣନଙ୍କ ପାରଦର୍ଶିତା ରକେଟ୍ ଏବଂ ମହାକାଶଯାନ ପ୍ରପୁଲସନରେ ରହିଛି। ମହାକାଶ ଆୟୋଗର ଅଧ୍ୟକ୍ଷ ଥିବା ନାରାୟଣନ୍ କ୍ରାୟୋଜେନିକ୍ ଇଞ୍ଜିନର ବିକାଶରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।


ତାଙ୍କ ମାର୍ଗଦର୍ଶନରେ, LPSC ରେ ଇସ୍ରୋର ବିଭିନ୍ନ ମିଶନ ପାଇଁ ୧୮୩ ଲିକ୍ୟୁଇଡ ପ୍ରପୁଲସନ୍ ପ୍ରଣାଳୀ ଏବଂ କଣ୍ଟ୍ରୋଲ ପାୱାର ପ୍ଲାଣ୍ଟ ଡେଲିଭରି କରିଥିଲେ। ସେ PSLV ଦ୍ୱିତୀୟ ଏବଂ ଚତୁର୍ଥ ପର୍ୟ୍ୟାୟ ନିର୍ମାଣର ତଦାରଖ କରିଥିଲେ ଏବଂ PSLV C57  ପାଇଁ କଣ୍ଟ୍ରୋଲ୍ ପାୱାର୍ ପ୍ଲାଣ୍ଟଗୁଡିକର ପରିକଳ୍ପନା କରିଥିଲେ। ଆଦିତ୍ୟ ମହାକାଶଯାନ, GSLV Mk-III  ମିଶନ, ଚନ୍ଦ୍ରୟାନ-୨ ଏବଂ ଚନ୍ଦ୍ରାୟନ -୩ ପାଇଁ ସେ ପ୍ରପୁଲସନ ସିଷ୍ଟମରେ ମଧ୍ୟ ସହଯୋଗ କରିଥିଲେ।