ତାଣ୍ଡବକୁ ନେଇ ଅଡୁଆ: ଥାନାରେ ଏତଲା

0

ମୁମ୍ବାଇ: ବିବାଦରେ ଛନ୍ଦି ହୋଇ ପଡିଛି ବଲିଉଡ ଅଭିନେତା ସୈଫ୍ ଅଲ୍ଲୀ ଖାନ୍ ଏବଂ ଅଭିନେତ୍ରୀ ଡିମ୍ପଲ କପାଡିଆ ଅଭିନିତ ୱେବ୍ ସିରିଜ୍ ‘ତାଣ୍ଡବ’ । ହିନ୍ଦୁଧର୍ମାବଲମ୍ବିଙ୍କ ଧର୍ମୀୟ ଭାବନାକୁ ଏହି ୱେବ ସିରିଜରେ ଆଘାତ କରାଯାଇଥିବା ନେଇ ଏକ ଏଫଆଇଆର ଲଜ କରାଯାଇଛି । ତାଣ୍ଡବର ନିର୍ମାତା ଓ ଆମାଜନ ଇଣ୍ଡିଆ ବିରୋଧରେ ଏଫଆଇଆର ହୋଇଛି । ଆମାଜନ ଇଣ୍ଡିଆର ମୁଖ୍ୟ ଅପର୍ଣ୍ଣା ପୁରୋହିତ, ତାଣ୍ଡବର ନିର୍ଦ୍ଦେଶକ ଅଲି ଅବାଜ, ନିର୍ମାତା ହିମାଂଶୁ କ୍ରିଷ୍ଣ ମେହରା, ଲେଖକ ଗୌରବ ସୌଲଙ୍କିଙ୍କ ବିରୋଧରେ ଜଣେ ଅଜ୍ଞାତ ଲୋକ ଅଭିଯୋଗ କରିଛନ୍ତି । ଅନ୍ୟ ପଟରେ ତାଣ୍ଡବର ନିର୍ମାତା ଆମାଜନ ପ୍ରାଇମ୍ ଇଣ୍ଡିଆକୁ ଜବାବ ତଲବ କରିଛି ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ। ଓଟିଟି ପ୍ଲାଟଫର୍ମରେ ରିଲିଜ ହୋଇଥିବା ଏହି ୱେବ ସିରିଜରେ ହିନ୍ଦୁ ଧର୍ମ ବିରୋଧରେ ଅନେକ ଆପତ୍ତିଜନକ ସିନ ରହିଛି । ଏହାକୁ ନେଇ ସୂଚନା ପ୍ରସାରଣ ବିଭାଗ ପକ୍ଷରୁ ରିପୋର୍ଟ ତଲବ କରାଯାଇଛି ।
ତାଣ୍ଡବର ପ୍ରଥମ ଏପିସୋଡରେ ଅଭିନେତା ମହମ୍ମଦ ଜିଶାନ ଆୟୁବଙ୍କୁ ଭଗବାନ ଶିବ ରୂପରେ ଦେଖିବାକୁ ମଳିଛି । ସେ ବିଶ୍ୱବିଦ୍ୟାଳୟର ଛାତ୍ରମାନଙ୍କୁ ସମ୍ବୋଧିତ କରି ଆପଣ କାହାଠାରୁ ସ୍ୱାଧୀନତା ଚାହୁଁଛନ୍ତି ବୋଲି ପ୍ରଶ୍ନ କରୁଛନ୍ତି। ପୂର୍ବରୁ ମଞ୍ଚ ପରିଚାଳକ ଜଣଙ୍କ କହୁଛନ୍ତି, ‘ନାରାୟଣ-ନାରାୟଣ, ଭଗବାନ କିଛି କରନ୍ତୁ। ସୋସିଆଲ ମିଡିଆରେ ଭଗବାନ ରାମଙ୍କ ଅନୁଗାମୀଙ୍କ ସଂଖ୍ୟା ବୃଦ୍ଧିପାଇ ଚାଲିଛି । ଏହି ସିନକୁ ନେଇ ମହାରାଷ୍ଟ୍ର ବିଜେପି ବିଧାୟକ ରାମ କଦମ ଏବଂ ସାଂସଦ ମନୋଜ କୋଟାକ ଆପତ୍ତି ଉଠାଇଥିଲେ। ରାମ କଦମ ଫିଲ୍ମଟି ଧର୍ମୀୟଭାବନାକୁ କୁଠାରଘାତ ଅଭିଯୋଗ ଆଣି ଥାନାରେ ଏତଲା ଦେଇଥିବା ବେଳେ ସାଂସଦ ଜଣଙ୍କ ସୂଚନା ପ୍ରସାରଣ ବିଭାଗକୁ ଆପତ୍ତି ଜଣାଇଥିଲେ। ଏହି ସିରିଜ ଉପରେ ପ୍ରତିବନ୍ଧକ ଲଗାଇବାକୁ ରାମ କଦାମ ଦାବି କରିଥିଲେ।