ଶ୍ରୀମନ୍ଦିରରେ ଲାଗୁ ହେଲା ୫ ସୂତ୍ରୀ କାର୍ଯ୍ୟାବଳୀ

0

ପୁରୀ :ଶ୍ରୀମନ୍ଦିର  ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ବସିଛି ବୈଠକ ।  ବୈଠକରେ ୫ ସୂତ୍ରୀ ଅନୁସୁଳୀନ କାଯ୍ୟାବଳୀ  ଉପରେ ଆଲୋକପାତ କରାଯାଉଛି ।  ନିତି ପ୍ରଶାସକ , ଉନ୍ନୟନ ପ୍ରଶାସକ , ସୁପର ଭାଇଜର , ରେଭେନ୍ୟୁ  ପ୍ରଶାସକ ଏବଂ ସମସ୍ତ  ବିଭାଗର ଅଧିକାରୀମାନେ ବୈଠକ ଉପସ୍ଥିତ ଅଛନ୍ତି  । ଜାନୁଆରୀ ଶେଶ ସୁଦ୍ଧା  ନିଜର ସମ୍ପତ୍ତି ତାଲିକା   ଦାଖଲ କରିବେ ସମସ୍ତ  ଶ୍ରୀମନ୍ଦିରର ଅଧିକାରୀ ଏବଂ କର୍ମଚାରୀ ।  ୨୦୨୪ ବର୍ଷ ପାଇଁ ସମସ୍ତେ  ସମ୍ପତ୍ତି ତାଲିକା କରିବା ପାଇଁ ବାଧ୍ୟ । ନଚେତ ବନ୍ଦ ରହିବ ଇନକ୍ରିମେଣ୍ଟ , ପଦୋନ୍ନତି ଏବଂ ପୁରଷ୍କାର ।  ମିଳିବନି କୌଣସି ଆର୍ଥିକ ପଦୋନ୍ନତି  ପ୍ରୋତ୍ସାହନ ରାଶି  । ଶ୍ରୀମନ୍ଦିରର ପ୍ରଶାସନର କାଯ୍ୟ ସମୀକ୍ଷା  ଅବସରରେ ସମସ୍ତ  ଅଧିକାରୀ ଏବଂ କର୍ମଚାରୀଙ୍କ ପାଇଁ ୫ ସୂତ୍ରୀ କାଯ୍ୟାବଳୀ  ଅନୁପାଳନ ପାଇଁ  ପରାମର୍ଶ ଦେଇଛନ୍ତି  ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । କାଯ୍ୟାବଳୀଗୁଡିକ ହେଲା  – ଡ୍ୟୁଟି ସମୟରେ କୌଣସି ଅଧିକାରୀ ଓ କର୍ମଚାରୀ ପାନ , ଗୁଟଖା , ମାଦକ ଦ୍ରବ୍ୟ ସେବନ କରିବେ ନାହିଁ । ପ୍ରତ୍ୟକ ମାସ ତୃତୀୟ ଶୁକ୍ରବାରରେ  ବରିଷ୍ଠ ଅଧିକାରୀଙ୍କ ସ୍ତରରେ  କାଯ୍ୟ ସମୀକ୍ଷା କରାଯିବ ।  ପ୍ରତ୍ୟକ ଶୁକ୍ରବାର ସମସ୍ତ ଅଧିକାରୀ  ତଥା କର୍ମଚାରୀ ହସ୍ତତନ୍ତ  ଲୁଗା ପିନ୍ଧି ଅଫିସ ଆସିବେ । ୟୁନିଫର୍ମ ପୋଷାକଧାରୀଙ୍କ ସକାଶେ   ଏହି ନିୟମ ଲାଗୁ ହେବ ନାହିଁ ।  ତେବେ ଶ୍ରୀମନ୍ଦିର ମଧାରେ ଅଧିକାରୀ , କର୍ମଚାରୀ ମଧ୍ୟରେ ମୋବାଇଲ ମଧ୍ୟ କଟକଣା ଜାରି କରାଯାଇଛି ।