ମାଲକାନଗିରି-: ମାଲକାନଗିରି ଜିଲ୍ଲାର ପୂର୍ବତନ ଜିଲ୍ଲାପାଳ ମନୀଷ ଅଗ୍ରୱାଲ ଆଜି ଏସଡ଼ିଜେଏମ୍ କୋର୍ଟରେ ହାଜର ହୋଇ ଜାମିନ ପାଇଛନ୍ତି । ଆଜି ସକାଳୁ ସକାଳୁ ଲୁଚି ଛପି ସେ କୋର୍ଟରେ ହାଜର ହୋଇଥିଲେ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଧେଶ ଅନୁଯାୟୀ ସେ ଏସଡ଼ିଜେଏମ୍ କୋର୍ଟରେ ହାଜର ହୋଇଥିଲେ । କୋର୍ଟରେ ୫୦ ହଜାର ଟଙ୍କା ଲେଖାଏଁ ଦୁଇଟି ମୂଚାଲିକାରେ ଶ୍ରୀ ଅଗ୍ରୱାଲଙ୍କୁ କୋର୍ଟ ଜାମିନ ପ୍ରଦାନ କରିଛି । ଜିଲ୍ଲାପାଳଙ୍କ ତତ୍କାଳୀନ ପିଏ ଦେବ ନାରାୟଣ ପଣ୍ଡାଙ୍କ ମୃତ୍ୟୁ ଘଟଣାରେ ମନୀଷ ଅଗ୍ରୱାଲଙ୍କୁ ମୁଖ୍ୟ ଅଭିଯୁକ୍ତ କରାଯାଇଛି । ପୁର୍ବରୁ ମାଲକାନଗିରି ଏସଡ଼ିଜେଏମ୍ କୋର୍ଟ ତାଙ୍କୁ ବାରମ୍ବାର ସମନ ଜାରି କରିଥିଲେ ମଧ୍ୟ ମନୀଷ କୋର୍ଟରେ ହାଜର ହୋଇନଥିଲେ । ଶେଷରେ ସୁପ୍ରିମକୋର୍ଟରୁ ଅଗ୍ରୀମ ଜାମିନ ନେଇ ମାଲକାନଗିରି ଏସଡ଼ିଜେଏମ୍ କୋର୍ଟରେ ହାଜର ହୋଇଥିଲେ ମନିଷ ଅଗ୍ରୱାଲ ଆଉ ତାଙ୍କୁ ସେଠାରେ ମଧ୍ୟ ଜାମିନ ମିଳିଯାଥିଲା ।