ରାଷ୍ଟ୍ରୀୟ ପର୍ଯ୍ୟାଦା ସହ ସମ୍ପନ୍ନ ହେଲା ପୂର୍ବତନ ମନ୍ତ୍ରୀ ସମୀର ଦେ’ଙ୍କ ଶେଷକୃତ୍ୟ

0

କଟକ: ପଞ୍ଚଭୂତରେ ଲୀନ ହେଲା ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ସମୀର ଦେଙ୍କ ପାର୍ଥିବ ଶରୀର । କଟକ ସହରର ବିଭିନ୍ନ ସ୍ଥାନ ପରିକ୍ରମା ପରେ କଟକ ଖାନନଗର ସ୍ତିତ ଶ୍ମଶାନରେ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ତାଙ୍କ ଝିଅ ମୁଖାଗ୍ନି ଦେଇଛନ୍ତି । କଟକ ସିଡିଏ ବାସଭବନରୁ ବିଧାନସଭା ପରେ ବିଜେପି ପାର୍ଟି ଅଫିସ ହୋଇ କଟକରେ ପହଞ୍ଚିଥିଲା ସମୀର ଦେଙ୍କ ପାର୍ଥିବ ଶରୀର । ଏହାପରେ କୀର୍ତ୍ତନ ଯାତ୍ରାରେ ନିଆଯାଇ କଟକର ବିଭିନ୍ନ ଛକ ଓ ସାହିରେ ଶେଷରେ ଖାନନଗର ଶ୍ମଶାନରେ ଶେଷକୃତ୍ୟ କରାଯାଇଥିଲା । ଶେଷକୃତ୍ୟ ବେଳେ ବିଜେପ ରାଜ୍ୟ ସଭାପତି ମନମୋହନ ସାମଲ , ବିଜେପି ନେତା ନୟନ ମହାନ୍ତି , ଅରିଂଦମ ଙ୍କ ସମେତ ବିଜେପି ର ବହୁ ନେତା ,କର୍ମୀ , ସାଧାରଣ ଲୋକ , ପରିବାର ଓ ବନ୍ଧୁ ପରିଜନ ଉପସ୍ଥିତ ଥିଲେ। କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ତାଙ୍କର ମୃତ୍ୟୁ ହୋଇଥିଲା ।

ସୂଚନାଯୋଗ୍ୟ ସ୍ବର୍ଗତ ଦେ’ ଉଚ୍ଚ ଶିକ୍ଷା ଏବଂ ନଗର ଉନ୍ନୟନ ଭଳି ଗୁରୁତ୍ୱପୁର୍ଣ ବିଭାଗର କ୍ୟାବିନେଟ ମନ୍ତ୍ରୀ ଭାବେ କାର୍ଯ୍ୟ ତୁଲାଇଥିଲେ ଏବଂ ୧୯୯୫ ରୁ ୨୦୦୯ ପର୍ଯ୍ୟନ୍ତ ଲଗାତାର ତିନିଥର କଟକ ସହରରୁ ବିଧାୟକ ନିର୍ବାଚିତ ହୋଇଥିଲେ | କଟକ ରୁ ଚନ୍ଦ୍ରଶେଖର ପତି ଙ୍କ ରିପୋର୍ଟ