ଭୁବନେଶ୍ୱର: ଆମ୍ବ ଟାକୁଆ ଖାଇ ମୃତ୍ୟୁ ଉପରେ କୃଷ୍ଣ ପାତ୍ରଙ୍କ ସୂଚନା। ସେ କହିଛନ୍ତି କନ୍ଧମାଳ ଜିଲ୍ଲାପାଳଙ୍କ ସହ ହୋଇଛି ଆଲୋଚନା। ଏହାର ରିପୋର୍ଟ ମଧ୍ୟ ମିଳିଛି । ଚାଉଳର କୌଣସି ଅଭାବୀ ନାହିଁ । ଜୁଲାଇ, ଅଗଷ୍ଟ ଓ ସେପ୍ଟେମ୍ବର ପର୍ଯ୍ୟନ୍ତ ଚାଉଳ ଉଠାଯାଇଛି। ଅକ୍ଟବର ରୁ ଡିସେମ୍ବର ମାସର ଚାଉଳ ଏବେ ବଣ୍ଟାଯାଉଛି। ସପିସେଣ୍ଡ ଚାଉଳ ତାଙ୍କ ପାଖର ମହଜୁଦ ଥିବାରୁ ସେମାନେ ଚାଉଳ ଉଠାଇନହନ୍ତି ବୋଲି ମନ୍ତ୍ରୀଙ୍କ ସୂଚନା ଦେଇଛନ୍ତି । ଆମ୍ବ ଟାକୁଆ ତାଙ୍କର ପାରମ୍ପରିକ ଖାଦ୍ୟ । ବାସି ଖାଦ୍ୟ ଖାଇବା ଯୋଗୁ ତାଙ୍କର ମୃତ୍ୟୁ ହୋଇଛି । ବିରୋଧୀ ବିରୋଧ କରିବା ତାଙ୍କର ଧର୍ମ ବୋଲି କହିଛନ୍ତି ମନ୍ତ୍ରୀ।