ନେପାଳରେ ତାଣ୍ଡବ ରଚିଛି ବର୍ଷା : ଗଲାଣି ୧୭୦ଜଣଙ୍କ ପ୍ରାଣ

0

ନେପାଳରେ ତାଣ୍ଡବ ରଚିଛି ବର୍ଷା । ଭୀଷଣ ବର୍ଷା ଯୋଗୁଁ ନେପାଳରେ ପ୍ରବଳ ବନ୍ୟା ପରିସ୍ଥିତି ସହ ଅନେକ ସ୍ଥାନରେ ଭୂସ୍ଖଳନ ହୋଇଛି । ୪ ଦିନ ଧରି ପ୍ରବଳ ବର୍ଷା ଯୋଗୁଁ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।  ଭୂସ୍ଖଳନ ଏବଂ ବର୍ଷାଜନିତ କାରଣରୁ ୧୭୦ଜଣ ପ୍ରାଣ ହରାଇଥିବାବେଳେ ୪୨ଜଣ ନିଖୋଜ ଥିବା କୁହାଯାଇଛି। ଗତ ଶୁକ୍ରବାରଠାରୁ ନେପାଳରେ ପ୍ରବଳ ବର୍ଷା ଲାଗି ରହିଛି। ବିଗତ ୫୪ ବର୍ଷ ମଧ୍ୟରେ ଏହା ସର୍ବାଧିକ ବୋଲି ପାଣିପାଗ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡିଛି।  ଗତ ଚବିଶ ଘଣ୍ଟା ମଧ୍ୟ​‌ରେ ରାଜଧାନୀ କାଠମାଣ୍ଡୁରେ ୨୪୦ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ବର୍ଷା ଯୋଗୁଁ ନେପାଳର ଅଧିକାଂଶ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ବାଗମତି ଓ ଏହାର ଶାଖା ନଦୀଗୁଡିକର ଜଳ କୂଳ ଲଂଘିଥିବାରୁ ଶତାଧିକ ବାସଗୃହ ଜଳମଗ୍ନ ହୋଇପଡିଥିବା ଲକ୍ଷ୍ୟ କରାଯାଇଛି। ରବିବାର ସକାଳ ସୁଦ୍ଧା ପ୍ରାୟ ୪ ହଜାର ଲୋକଙ୍କୁ ଜଳଘେରରୁ ଉଦ୍ଧାର କରାଯାଇଛି।
ଉଦ୍ଧାର କାର୍ଯ୍ୟରେ ୩ ହଜାର ଯବାନଙ୍କ ସମେତ ହେଲିକପ୍ଟର ଓ ମୋଟର ବୋଟ୍‌କୁ ମୁତୟନ କରାଯାଇଛି। ବିଭିନ୍ନ ସ୍ଥାନରେ ଭୂସ୍ଖଳନ ଘଟି ରାଜପଥଗୁଡିକ ଅବରୁଦ୍ଧ ହୋଇପଡିଛି। ବର୍ଷା ଯୋଗୁଁ ଶତାଧିକ ପର୍ଯ୍ୟଟକ ବିଭିନ୍ନ ସ୍ଥାନରେ ଅଟକି ରହିଛନ୍ତି। ସ୍ଥିତିରେ ଉନ୍ନତି ଘଟିବା ପର୍ଯ୍ୟନ୍ତ ଅଗ୍ରସର ନ ହେବାକୁ ପର୍ଯ୍ୟଟକଙ୍କୁ ପରାମର୍ଶ ଦିଆଯାଇଛି।