ନୂଆଦିଲ୍ଲୀ ; ଥରେ ଭାବନ୍ତୁ ତ ଯଦି ଏକ ବିମାନ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଉଡାଣ ଭରିବା ବେଳେ ଅଚାନକ ମଝି ଆକାଶରେ ଅଦୃଶ୍ୟ ହୋଇଯାଏ ଏବଂ ଏହାର କୌଣସି ଖୋଜ୍ ଖବର ନମିଳେ ତେବେ କ’ଣ ହେବ ? ଏପରି ସ୍ଥଳରେ ସ୍ୱଭାବିକ ଭାବରେ ଆପଣଙ୍କ ମନକୁ ଏହି କଥା ଆସିବ ଯେ କଣ ବିମାନଟି ଦୁର୍ଘଟଣାର ଶିକାର ହୋଇଯାଇନି ତ! ଅତୀତରେ ଏପରି ଏକ ଘଟଣା ଘଟିଛି ଯାହା ଆଜି ବି ରହସ୍ୟମୟ । ଏବେବି ଉକ୍ତ ବିମାନର କୌଣସି ଖୋଜ ଖବର ମିଳିନାହିଁ । ତେବେ ରିର୍ପୋଟରୁ ଜଣା ପଡିଛି ଯେ ବିମାନଟିର ଦୁର୍ଘଟଣା ହୋଇନାହିଁ କାରଣ ଆଜିପର୍ଯ୍ୟନ୍ତ ଉକ୍ତ ବିମାନର କୌଣସି ଅଂଶବିଶେଷ ମଧ୍ୟ ମିଳିନାହିଁ ।
ଏହାରି ଭିତରେ ସବୁଠାରୁ ଆଶ୍ଚର୍ୟ୍ୟଜନକ କଥା ହେଉଛି ଯେ, ଏହି ବିମାନ ନିଖୋଜ ହେବାର ପ୍ରାୟ ୩୦ ବର୍ଷ ପରେ ଅନ୍ୟ ଏକ ଦେଶରେ ଅବତରଣ କରିଥିଲା ଏବଂ ଅବତରଣ କରିବାର ମାତ୍ର କିଛି ସମୟ ପରେ, ଏହା ପୁଣି ଉଡ଼ାଣ ଭରି ଆକାଶରେ ଅଦୃଶ୍ୟ ହୋଇଯାଇଥିଲା । ଆଜ୍ଞା ହଁ କଥାଟା ଆପଣଙ୍କୁ ରହସ୍ୟମୟ ଲାଗୁଥିଲେ ବି ଏହା ନିରାଟ ସତ୍ୟ । ଏହା ହେଉଛି ଆମେରିକାର ଫ୍ଲାଇଟ୍ ୯୧୪ ର କାହାଣୀ। ଆଜି ଆମେ ଆପଣଙ୍କୁ ଏହି ଫ୍ଲାଇଟ୍ ସହିତ ଜଡିତ ଏକ ରହସ୍ୟମୟ ବିଷୟ ବିଷୟରେ କହିବାକୁ ଯାଉଛି । ରିର୍ପୋଟ ଅନୁସାରେ, ଫ୍ଲାଇଟ୍ ନଂ ୯୧୪ ୨ ଜୁଲାଇ ୧୯୫୫ରେ ନ୍ୟୁୟର୍କରୁ ମିଆମି ଅଭିମୁଖେ ଉଡ଼ାଣ ଭରିଥିଲା। ଏହି ବିମାନରେ ୬ ଜଣ କ୍ରୁ ସଦସ୍ୟଙ୍କ ସହିତ ମୋଟ ୫୭ ଜଣ ଯାତ୍ରୀ ଥିଲେ। ଏହି ବିମାନ ନ୍ୟୁୟର୍କରୁ ଉଡ଼ାଣ କରିଥିଲା, କିନ୍ତୁ ମିଆମିରେ ପହଞ୍ଚିନଥିଲା। କୁହାଯାଉଛି ଯେ ବିମାନଟି ମଝି ରାସ୍ତାରେ, ଅର୍ଥାତ୍ ଆକାଶରେ ହିଁ ଅଦୃଶ୍ୟ ହୋଇଯାଇଥିଲା ଏବଂ ଆମେରିକା ଆଜି ପର୍ୟ୍ୟନ୍ତ ମଧ୍ୟ ଏହି ବିମାନ ବିଷୟରେ କୌଣସି ସୁରାକ ପାଇପାରି ନାହିଁ।
ଏହି ଘଟଣାରେ ସବୁଠାରୁ ଆଶ୍ଚର୍ୟ୍ୟଜନକ କଥା ହେଉଛି ଯେ ୩୦ ବର୍ଷ ପୂର୍ବେ ଅର୍ଥାତ୍ ୧୯୫୫ ମସିହାରେ ନିଖୋଜ ହୋଇଥିବା ଫ୍ଲାଇଟ୍ ନଂ ୯୧୪, ୯ ମାର୍ଚ୍ଚ ୧୯୮୫ରେ ଭେନେଜୁଏଲାର କାରାକାସ୍ ବିମାନବନ୍ଦରରେ ରହସ୍ୟମୟ ଭାବରେ ଅବତରଣ କରିଥିଲା। ଯାହା ବିଷୟରେ ବିମାନବନ୍ଦରର କଂଟ୍ରୋଲ ରୁମ୍କୁ କୌଣସି ସୂଚନା ମିଳିନଥିଲା । ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଯେତେବେଳେ ଏହି ଫ୍ଲାଇଟ୍ କାରାକାସ୍ ବିମାନବନ୍ଦରରେ ଅବତରଣ କଲା, ସେତେବେଳେ ବିମାନର ପାଇଲଟ୍ ସେଠାରେ ଉପସ୍ଥିତ କର୍ମଚାରୀଙ୍କୁ ପଚାରିଥିଲେ ଯେ ଏହା କେଉଁ ବର୍ଷ। ଗ୍ରାଉଣ୍ଡ ଷ୍ଟାଫ୍ ତାଙ୍କୁ କହିଲେ ଯେ ଏହା ୧୯୮୫ ବର୍ଷ । ଏହା ଶୁଣି ପାଇଲଟ୍ ଏକ ଦୀର୍ଘ ନିଶ୍ୱାସ ନେଇ କହିଲେ ଓଃ ମାଇ ଗଡ୍। ଏହା ପରେ, କେହି କିଛି ବୁଝିବା ପୂର୍ବରୁ, ବିମାନଟି ପୁଣି ଆକାଶରେ ଉଡ଼ିଗଲା। ଏହି ରହସ୍ୟମୟ ବିମାନ ବିଷୟରେ ଆଜି ପର୍ୟ୍ୟନ୍ତ କୌଣସି ସୂଚନା ମିଳିନାହିଁ। ଆମେରିକା ଏବେ ବି ଏହି ରହସ୍ୟମୟ କାହାଣୀର ରହସ୍ୟ ସମାଧାନ କରିବା ପାଇଁ ପ୍ରୟାସ ଜାରି ରଖିଛି ।