ହୋଡିଂ ଚେରି ଅଭିଯାନ

0

(ପ୍ରଶାନ୍ତ କୁମାର ସ୍ଵାଇଁ/ପାରାଦ୍ବୀପ) – ଆଗକୁ ଆସୁଛି ପୌର ନିର୍ବାଚନ। ଯାହାକୁ ନେଇଁ ବନ୍ଦର ନଗରୀ ପାରାଦ୍ବୀପରେ ଚାଲିଛି ନୂଆବର୍ଷ ଅଭିନ୍ଦନ ବାର୍ତ୍ତାର ବ୍ୟାନର ମରା ଅଭିଯାନ। ବିଭିନ୍ନ ଛକ, ରାସ୍ତା କଡ ପ୍ରଭୁତି ସ୍ଥାନରେ ଛାଇ ଯାଇଛି ବଡ ବଡ ହୋଡିଂରେ ଅଭିନନ୍ଦନ ବାର୍ତ୍ତା। ତେବେ ଏହି ହୋଡିଂ ମରାକୁ ନେଇଁ ଆଶାୟୀ ପ୍ରାର୍ଥୀଙ୍କ ମଧ୍ୟରେ ଏତେ ପ୍ରତିଯୋଗିତା ରହିଛି ଯେ ବ୍ୟାନର ଚୋରିର ଅଭିଯୋଗ ମଧ୍ୟ ହୋଇଛି।
ସୂଚନା ମୁତାବକ, ପାରାଦ୍ବୀପ ନଗର ବିଜୁ ଯୁବ ସାଧାରଣ ସମ୍ପାଦକ ଶଙ୍କର ପ୍ରସାଦ ରାଉତ ଗତ ୨୯ ତାରିଖ ଦିନ ବଡପଡିଆ ଅଟୋ ଷ୍ଟାଣ୍ଡ ନିକଟରେ ଏକ ଅଭିନନ୍ଦନ ହୋଡିଂ ମାରିଥିଲେ। ମାତ୍ର ୩୦ ତାରିଖ ଦିନ ସକାଳକୁ ଏହି ହୋଡିଂ ସେଠାରୁ କେହି ଦୁର୍ବୁତ୍ତ ନେଇଯାଇଥିଲେ। ଯାହାକୁ ନେଇ ଶ୍ରୀଯୁକ୍ତ ରାଉତ ପାରାଦ୍ବୀପ ଆଦର୍ଶ ଥାନାରେ ଏତେଲା ଦେବା ସହିତ ଅଭିଯୁକ୍ତଙ୍କୁ ଧରିବା ପାଇଁ ନିବେଦନ କରିଛନ୍ତି। ଯାହା ଏବେ ବନ୍ଦର ନଗରୀ ପାରାଦ୍ବୀପରେ ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ଏହି ହୋଡିଂ ଚୋରି କୌଣସି ବିରୋଧୀ ଦଳର ନା ବିଜେଡି ଦଳରେ ଗୋଷ୍ଠୀ କନ୍ଦଳର ପ୍ରତିଫଳନ ଯାହା ପୋଲିସ ପାଇଁ ମଧ୍ୟ ମୁଣ୍ଡ ବିନ୍ଧାର କାରଣ ପାଲଟିଛି ବୋଲି ସାଧାରଣରେ ଚର୍ଚ୍ଚା ।