ସୁବର୍ଣ୍ଣପୁର: ସୁବର୍ଣ୍ଣ ଲୋକ ମହୋତ୍ସବ-୨୦୨୫ ପାଇଁ ସାଂସ୍କୃତିକ କମିଟିର ଅଧ୍ୟକ୍ଷା ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳିନା ପ୍ରଧାନଙ୍କ ନିର୍ଦ୍ଦେଶ ଅନୁଯାୟୀ ସୁବର୍ଣ୍ଣ ଲୋକ ମହୋତ୍ସବର ସାଂସ୍କୃତିକ କାର୍ଯ୍ୟକ୍ରମକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଚଳିତ ବର୍ଷ ସୁବର୍ଣ୍ଣପୁର ଜିଲ୍ଲାର ନୂତନ ଉଦଘୋଷକ ମାନଙ୍କୁ ସୁଯୋଗ ଦେବା ପାଇଁ ଏକ ଚୟନ ପ୍ରକ୍ରିୟା ଅନୁଷ୍ଠିତ ହେବ । ଚଳିତ ଡିସେମ୍ବର ମାସ ୨୪ ତାରିଖ ରେ ସ୍ଥାନୀୟ ସଂସ୍କୃତି ଭବନରେ ଏହି ଚୟନ ପ୍ରକ୍ରିୟା ଅନୁଷ୍ଠିତ ହେବ। ଚୟନ ପ୍ରକ୍ରିୟାରେ ଭାଗ ନେବାକୁ ଇଛୁକ ୧୫ ରୁ ୩୫ ବର୍ଷ ବୟସ୍କ ଯୁବକ ଏବଂ ଯୁବତୀ ସେହି ଦିନ ସକାଳ ୧୦ ଘଣ୍ଟା ସମୟ ରେ ସ୍ଥାନୀୟ ସଂସ୍କୃତି ଭବନ ଠାରେ ସିଧାସଳଖ ଯୋଗଦାନ କରି ନାମ ପଞ୍ଜୀକରଣ କରି ପାରିବେ । ପ୍ରତିଭାଗୀ ମାନେ ଉପଯୁକ୍ତ ବେଶ ପୋଷାକ ସହ ନିଜ ଦ୍ବାରା ପ୍ରସ୍ତୁତ ଦୁଇଟି ଉଦଘୋଷଣାକୁ ସମ୍ବଲପୁରୀ, ହିନ୍ଦୀ,ଓଡିଆ ଭାଷାରେ ପ୍ରସ୍ତୁତ କରି ନିଜର କଳା ପ୍ରଦର୍ଶନ କରିବେ। ଆବଶ୍ୟକ ସ୍ଥଳେ ବିଚାରକ ମାନେ ପ୍ରତିଭାଗୀଙ୍କୁ ତତକ୍ଷଣାତ କିଛି କଳା ପ୍ରଦର୍ଶନ କରିବାକୁ ମଧ୍ୟ କହିପାରିବେ। ଏହି ଉଦଘୋଷକ ଚୟନ ପ୍ରକ୍ରିୟାରେ ଅଧିକ ପ୍ରତିଭାଗୀ ଭାଗ ନେବାକୁ ଜିଲ୍ଲା ସଂସ୍କୃତି ପରିଷଦ ସୁବର୍ଣ୍ଣପୁର ତରଫରୁ ଅନୁରୋଧ କରାଯାଇଛି।