ନୂଆଦିଲ୍ଲୀ; ଆସନ୍ତା ୨୨ ତାରିଖରୁ ଆରମ୍ଭ ହେବ IPL । ଇଣ୍ଡିଆନ ପ୍ରମିୟମ୍ ର IPL ଶୁଭାରମ୍ଭକୁ ନେଇ ଉତ୍ସାହିତ ଯେତିକି ଖେଳାଳୀ ଅଛନ୍ତି ସେତିକି କ୍ରିକେଟ୍ ପ୍ରେମୀ ମଧ୍ୟ ରହିଛନ୍ତି । ଏଥର ପ୍ରଥମ ମ୍ୟାଚ୍ କୋଲକତା ନାଇଟ ରାଇଡର୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ହେବ । ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ ମୁକାବିଲା ମେ ୨୫ରେ ଖେଳାଯିବ । ଏହାସହିତ ୧୦ ଟି ଟିମ୍ ମଧ୍ୟରେ ଫାଇନାଲ ୭୪ଟି ମ୍ୟାଚ୍ ଖୋଳାଯିବ । କିନୁ ଆଜି ଆମେ ଆଇପିଏଲକୁ ନେଇ କିଛି ଗୁରୁତ୍ୱପୂର୍ଣ୍ଣ କଥା ଜଣାଇବୁ । ତେବେ ଆଇପିଏଲ ଯେତିକି ରୋମାଞ୍ଚକର ସେତିକି ବିବାଦ ମଧ୍ୟ ରହିଛି । ୨୦୧୩ ମସିହା ଆଇପିଏଲରେ ହରଭଜନ ସିଂ ଏବଂ ଏସ,ଶ୍ରୀସନ୍ଥଙ୍କ ମଧ୍ୟରେ ଦେଖାଦେଇଥିଲା ବିବାଦ । ମୁମ୍ବାଇ ଓ ପଞ୍ଜାବ ମ୍ୟାଚରେ ମୁମ୍ବାଇ ହାରିବା ପରେ ଶ୍ରୀସନ୍ଥ ହରଭଜନଙ୍କୁ ‘ହାର୍ଡଲକ୍ ବୋଲି କହିଥିଲେ ।ଏହାପରେ ପଡ଼ିଆରେ ଭଜି ଶ୍ରୀସନ୍ଥଙ୍କୁ ଚାପୁଡ଼ା ମାରିଥିଲେ । ଏହି ହରକତ ପାଇଁ ଭଜିଙ୍କୁ ବିସିସିଆଇ ୫ଟି ଦିନିକିଆରୁ ବାହାର କରିଦେଇଥିଲା । ମାତ୍ର ଦୁହେଁ ଭଲ ବନ୍ଧୁ ପାଲଟି ଯାଇଥିଲେ ।
ସେହିପରି ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ମଧ୍ୟ ଫସିଥିଲେ । ଜାଡେଜା ରାଜସ୍ଥାନ ପାଇଁ ଖେଳୁଥିବାବେଳେ ନିଜର ଫ୍ରାଞ୍ଚାଇଜିକୁ ନ ବତାଇ ମୁମ୍ବାଇ ସହ ଯୋଡି ହେବାକୁ ପ୍ରୟାସ କରିଥିଲେ । ଏହି ଖବର ରାଜସ୍ଥାନ ଓ ଆଇପିଏଲ ଗଭର୍ଣ୍ଣିଂ କାଉନସିଲ ପାଇବା ପରେ ଜାଡେଜା ଦୋଷୀ ସାବ୍ୟସ୍ତ ହୋଇଥିଲେ ଓ ତାଙ୍କୁ ୧ ବର୍ଷ ପାଇଁ ବ୍ୟାନ କରାଯାଇଥିଲା ।
ଖାଲି ସେତିକି ନୁହେଁ , ୨୦୧୩ ସିଜିନ ସ୍ପଟ ଫିକ୍ସିଂ ଓ ବେଟିଂକୁ ନେଇ ର୍ଚ୍ଚାରେ ରହୁଥିଲେ । ଏବଂ ବେଟିଂ ମାମଲାରେ ଚେନ୍ନାଇର ମାଲିକ ଏନ ଶ୍ରୀନିବାସନଙ୍କ ଜ୍ୱାଇଁ ଗୁରୁନାଥ ମୟପ୍ପନ ଓରାଜସ୍ଥାନ ରୟାଲ୍ସର ମାଲିକ ରାଜ କୁନ୍ଦ୍ରା ଦୋଷୀ ସାବ୍ୟସ୍ତ ହୋଇଥିଲେ । ସେଥିପାଇଁ ରାଜସ୍ଥାନ ଓ ଚେନ୍ନାଇକୁ ଦୁଇ ବର୍ଷ (୨୦୧୬-୨୦୧୭) ପାଇଁ ବ୍ୟାନ କରାଯାଇଥିଲା