ଜମ୍ମୁ କଶ୍ମୀରରେ ମର୍ମନ୍ତୁଦ ବସ୍ ଦୁର୍ଘଟଣା

0

ଜମ୍ମୁ କଶ୍ମୀର-: ଜମ୍ମୁ କଶ୍ମୀରରେ ମର୍ମନ୍ତୁଦ ବସ୍ ଦୁର୍ଘଟଣା । ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୫ରୁ ଅଧିକ ଆହତ ହୋଇଛନ୍ତି । ଦୁର୍ଘଟଣା ପରେ ସେନା ଯବାନ ଏବଂ ପୋଲିସ ପହଞ୍ଚି ଉଦ୍ଧାର କରିଥିଲା । ସମସ୍ତ ଆହତଙ୍କୁ ସ୍ଥାନୀୟ ହସପିଟାଲରେ ଭର୍ତ୍ତି କରାଯାଇଛି । ତେବେ ବସ୍ ଡ୍ରାଇଭର ନିୟନ୍ତ୍ରଣ ହରାଇବାରୁ ବସଟି ଖାଇକୁ ଖସିପଡିଛି । ଦୁର୍ଘଟଣା ପରେ ପୋଲିସ ମାମଲାର ଯାଞ୍ଚ କରୁଛି । ତେବେ ଦୁର୍ଘଟଣାଟି ପୁଞ୍ଛ ଜିଲ୍ଲା ଗନି ମେଣ୍ଡର ଅଞ୍ଚଳରେ ହୋଇଛି ।