ବାଲିଗୁଡା ପୋଲିସର ଜନସମ୍ପର୍କ ଶିବିର

0

( ବନବାସୀ ପ୍ରଧାନ): ବାଲିଗୁଡା ଥାନା ପକ୍ଷରୁ କୁଟିକିଆ ପଞ୍ଚାୟତର ବକାରିମୁଣ୍ଡା ଖେଳପଡିଆରେ ଏକ ଜନସମ୍ପର୍କ ଶିବିର ବାଲିଗୁଡା ଥାନା ଅଧିକାରୀ ରମାକାନ୍ତ ପାତ୍ରଙ୍କ ନେତୃତ୍ବରେ ଅନୁଷ୍ଠିତ ହୋଇଯାଇଛି ।ଏହି ଶିବିରର ମୁଖ୍ୟ ଉଦ୍ଦେଶ୍ୟହେଲା ମାଓ ପ୍ରବଣ ଏହି ଅଞ୍ଚଳରେ ପୋଲିସ ଓ ଜନସାଧାରଣ ମଧ୍ୟରେ ସୁସମ୍ପର୍କ ସୃଷ୍ଟି କରିବା ସହିତ ଯୁବଗୋଷ୍ଠିକୁ ମାଓବାଦି ଉପରେ ଭରସା ନକରି ପୋଲିସ ଉପରେ ଆସ୍ଥା ରଖିବା ।ଏହି ଶିବିରରେ ବୃଦ୍ଧ,ବୟସ୍କ,ଅସହାୟ ମାନଙ୍କୁ ପୋଲିସ ତରଫରୁ କମ୍ବଳ,ମଶାରୀ,ଲୁଗାପଟା ବଣ୍ଟନ ସହିତ ମାଗଣାରେ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇ ରୋଗିମାନଙ୍କୁ ଔଷଦ ପ୍ରଦାନ କରାଯାଇଥିଲା ।ଯୁବ ଗୋଷ୍ଠିକୁ ଫୁଟବଲ,ଭଲିବଲ,ନେଟ ଭଳି ଖେଳ ସାମଗ୍ରୀ ପ୍ରଦାନ କରାଯାଇ ଏକ ମ୍ୟାଚ୍ ଖେଳାଯିବା ସହିତ ମୁଖ୍ୟଅତିଥୀ ଭାବେ ଡିସିପି ସୁନାରାମ ହେମ୍ରମ୍ ଯୋଗଦେଇ ଟ୍ରଫି ପ୍ରଦାନ କରାଯାଇଛି ।ମାଓ ପ୍ରବଣ ଇଲାକାରେ ଥାନା ଅଧିକାରୀଙ୍କ ଜନସମ୍ପର୍କ ପଦକ୍ଷେପକୁ ସ୍ଥାନୀୟ ସରପଞ୍ଚ ଦୟାନିଧୀ ମଳିକ ଓ ସ୍ଥାନିୟ ପଞ୍ଚାୟତବାସୀ ପ୍ରସଂଶା କରିଥିବିବେଳେ ପୋଲିସ ପ୍ରଶାସନକୁ ସାଧୁବାଦ ଜଣାଇଛନ୍ତୀ ।ଏହି ଶିବିରରେ ଛଅଖଣ୍ଡ ପଞ୍ଚାୟତର ଲୋକମାନେ ଓ ବିଜୁ ଯୁବବାହିନିର କର୍ମକତ୍ତା ଯୋଗଦେଇଥିଲେ ।