ମୁମ୍ବାଇ : ବଲିଉଡ଼ ଅଭିନେତ୍ରୀ କଙ୍ଗନା ରଣାୱତ ମୁମ୍ବାଇ ଫେରିବା ପରେ ପାଳନ କରିଛନ୍ତି ନୂଆବର୍ଷ । ନିଜ ଟିମ୍ ଓ ଫିଲ୍ମ ଜଗତ ର କିଛି ବନ୍ଧୁ ଙ୍କ ସହ ନୂଆବର୍ଷ ପାଳନ କରିଛନ୍ତି କଙ୍ଗନା । ହେଲେ ଏହି ନୂଆବର୍ଷ ପାଳନ କୁ ନେଇ ସେ ଶିକାର ହୋଇଛନ୍ତି ଟ୍ରୋଲ ର । ତାର ପୁଣି କାରଣ ରହିଛି ଏମିତି କିଛି ।
ସୁଶାନ୍ତ ସିଂହ ରାଜପୁତ୍ ମୃତ୍ୟୁ ମାମଲା ରେ ଡ୍ରଗ୍ସ ଲିଙ୍କ ସାମନା କୁ ଆସିବା ପରେ ବଲିଉଡ଼ କୁ ଟାର୍ଗେଟ କରିଥିଲେ କଙ୍ଗନା । କିନ୍ତୁ କଙ୍ଗନା ଙ୍କ ନବବର୍ଷ ପାର୍ଟି ରେ ଅଭିନେତା ରାମପାଲ ଓ ତାଙ୍କ ଗାର୍ଲଫ୍ରେଣ୍ଡ ଗ୍ରେବିଏଲା ଙ୍କୁ ଦେଖିବା ପରେ ଟ୍ରୋଲ ର ଶିକାର ହୋଇଛନ୍ତି କଙ୍ଗନା । କଙ୍ଗନା ସୋସିଆଲ ମିଡ଼ିଆ ରେ ନୂଆବର୍ଷ ପାଳନ କୁ ନେଇ କିଛି ଫଟୋ ଓ ଭିଡ଼ିଓ ପୋଷ୍ଟ କରିଛନ୍ତି । ସେଥିରେ ନିର୍ଦ୍ଦେଶକ ରେଜି ଘାଇ ଓ ଡ୍ରଗ୍ସ ମାମଲା ରେ ଫସିଥିବା ଅର୍ଜୁନ ରାମପାଲ ଓ ତାଙ୍କ ଗାର୍ଲଫ୍ରେଣ୍ଡ ନଜର ଆସିଥିଲେ । ଫଟୋ ସେୟାର କରି ସେ ଲେଖିଛନ୍ତି, ‘ଆମ ଧାକଡ ଟିମ ଓ ଚିଫଙ୍କୁ ଚିୟର୍ସଟ୍ଟନିର୍ଦ୍ଦେଶକ ରେଜି ଘାଇ ଇଣ୍ଡିଆର ଟପ ଫିଲ୍ମମେକର। ଏଇଟା ତାଙ୍କର ପ୍ରଥମ ଫିଲ୍ମ କିନ୍ତୁ ତାଙ୍କ ସହ କାମ କରିବା ସୌଭାଗ୍ୟର କଥା।’। ଫଟୋରେ କଙ୍ଗନାଙ୍କ ସହ ଅର୍ଜୁନ ରାମପାଲ ଓ ତାଙ୍କ ଗାର୍ଲଫ୍ରେଣ୍ଡଙ୍କୁ ଦେଖିବା ପରେ ଟ୍ରୋଲର୍ସ ତାଙ୍କୁ ନାନା ପ୍ରତିକ୍ରିୟା ରଖିଛନ୍ତି। ଜଣେ ୟୁଜର କହିଛନ୍ତି, ବଲିଉଡରେ ଡ୍ରଗ୍ସ କଲଚରକୁ ନେଇ ଏତେ ବୟାନ ଓ ଇଣ୍ଟରଭ୍ୟୁ ଦେବାପରେ ଏମିତି ଜଣେ ବ୍ୟକ୍ତିଙ୍କୁ ପାର୍ଟିକୁ କିଭଳି ଆମନ୍ତ୍ରଣ କରିଛନ୍ତି ଯାହାର ଏନସିବି ଯାଞ୍ଚ ହେଉଛି। ତାଙ୍କ ବନ୍ଧୁ ଓ ସମ୍ପର୍କୀୟଙ୍କର ମଧ୍ୟ ଯାଞ୍ଚ ହେଉଛି।
ଡ୍ରଗ୍ସ ଲିଙ୍କ କୁ ନେଇ ନାନା ପ୍ରତିକ୍ରିୟା ରଖିଥିଲେ କଙ୍ଗନା , କିନ୍ତୁ ଏବେ ଏପରି କରବା ପରେ ଟ୍ରୋଲ ର ଶିକାର ହୋଇଛନ୍ତତି କଙ୍ଗନା ରଣାୱତ ।
Edit by Sushree Biswajeeta