ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା,ବିଭିନ୍ନ ସ୍ଥାନରେ ବୋଇତ ବନ୍ଦାଣ

0

(ଅନୁସ୍ୱୟା)ଭୁବନେଶ୍ୱର: ଆଜି ପବିତ୍ର କାର୍ତ୍ତିକ ମାସର ଶେଷ ଦିନ ବା କାର୍ତ୍ତିକ ପୂର୍ଣ୍ଣିମା । ଏହି ଅବସରରେ ରାଜ୍ୟର ବିଭିନ୍ନ ସ୍ଥାନରେ ପାଳନ ହୋଇଛି ବୋଇତ ବନ୍ଦାଣ ଉତ୍ସବ। ରାଜ୍ୟର ବିଭିନ୍ନ ନଦୀ ଓ ପୁଷ୍କରଣୀରେ ସକାଳୁ ସକାଳୁ ଲୋକମାନେ ଏକାଠି ହୋଇ ଡଙ୍ଗା ଭସାଇଛନ୍ତି। କାଗଜ, ସୋଲ ଓ କଦଳୀ ପଟୁଆରେ ତିଆରି ଡଙ୍ଗାରେ ଭରି ଯାଇଥିଲା ବିଭିନ୍ନ ଜଳାଶୟ। ଆ..କା…ମା….ବୈ ପାନ ଗୁଆ ଥୋଇ ଗୀତରେ ଫାଟି ପଡିଥିଲା ବିଭିନ୍ନ ଜଳାଶୟ। ଭୁବନେଶ୍ୱର ବିନ୍ଦୁସାଗର, କଟକ ମହାନଦୀ ଓ କାଠଯୋଡିରେ ଲୋକଙ୍କ ପ୍ରବଳ ଭିଡ ଜମିଥିଲା। ପୂର୍ବେ ବ୍ୟବସାୟ ପାଇଁ ବିଦେଶକୁ ଯାତ୍ରା କରୁଥିଲେ ସାଧବ ପୁଅ। ତେଣୁ ସେହି ନୌବାଣିଜ୍ୟ ପରମ୍ପରାକୁ ମନେ ପକାଇ କାର୍ତ୍ତିକ ପୂର୍ଣ୍ଣମୀରେ ଡଙ୍ଗା ଭସାଯାଏ।