ନିଜ ଘରର ପରିବେଶକୁ ରଖନ୍ତୁ ସ୍ୱାସ୍ଥ୍ୟକର

0

ଭୁବନେଶ୍ୱର : ପ୍ରଦୂଷିତ ପରିବେଶ ଯୋଗୁ ଲୋକମାନେ ଅଧିକ ରୋଗର ଶିକାର ହେଉଛନ୍ତି । ଏଥିରୁ ମୁକ୍ତି ପାଇବା ପାଇଁ ନାନା ପ୍ରକାରର ଔଷଧ ମଧ୍ୟ ଖାଉଛନ୍ତି । ହେଲେ ଆପଣ ଜାଣିନଥିବେ ଯେ କେବଳ ବାହାରର ପ୍ରଦୂଷଣ ନୁହେଁ ବରଂ ଆପଣଙ୍କ ଘରର ଦୂଷିତ ବାତାବରଣ ବି ଆପଣଙ୍କୁ ରୋଗରେ ପକାଇପାରେ । ତେବେ ଆଜି ଆମେ ଆପଣଙ୍କୁ କିଛି ଟିପ୍ସ ଦେବୁ ଯାହାକୁ ଆପଣାଇ ଆପଣ ନିଜ ଘରକୁ ଏକ ସ୍ୱାସ୍ଥ୍ୟକର ବାତାବରଣ ଦେଇପାରିବେ । ଘରକୁ ସବୁଦିନ ଝାଡ଼ୁ ମାରନ୍ତୁ । ବିଶେଷ କରି ଘରର କୋଣ ଗୁଡ଼ିକୁ ଭଲଭାବେ ସଫା କରନ୍ତୁ । ପ୍ରତ୍ୟେକ ସପ୍ତାହରେ ଘର ଝାଡ ଝୁଡି କରନ୍ତୁ । କାର୍ପେଟ୍, ପରଦା, ସୋଫା କଭର ସହ ଅନ୍ୟାନ୍ୟ କଭର ଗୁଡ଼ିକୁ ସପ୍ତାହରେ ଥରେ ସଫା କରନ୍ତୁ । ପ୍ରତ୍ୟେକ ଦିନ ବେଡସିଟ୍ ବଦଳାନ୍ତୁ ଓ ତାକୁ ଧୋଇଦିଅନ୍ତୁ । ବିଶେଷ କରି ଯଦି ଆପଣଙ୍କର ଗୃହପାଳିତ ପଶୁ ଅଛି ତାକୁ ଓ ତାର ବ୍ୟବହୃତ ଜିନିଷ ଗୁଡିକୁ ମଧ୍ୟ ସଫା ରଖନ୍ତୁ । ପ୍ରତ୍ୟେକ ଦିନ ପାଣିରେ ଆଣ୍ଟିସେପ୍ଟିକ ଲିକ୍ୟୁଇଡ୍ ପକାଇ ଘରର ଚଟାଣ ସଫା କରନ୍ତୁ ।

ବାଥରୁମ ସଫା ରଖନ୍ତୁ: ବାଥରୁମକୁ ସବୁବେଳେ ସଫା ରଖନ୍ତୁ । ବାଥରୁମରେ ଏକ ଏକ୍ଚଷ୍ଟ ଫ୍ୟାନ୍ଲ ଗାନ୍ତୁ । ଏହା ଦ୍ୱାରା ବାଥରୁମରେ ଦୂଷିତ ବାୟୁ ଘର ଭିତରକୁ ପ୍ରବେଶ କରିପାରିବ ନାହିଁ । ଏଥିସହ ବାଥରୁମ୍ଭି ତରେ ଅଧିକ ସମୟ ରହିଲେ ମଧ୍ୟ ଅଣନିସ୍ୱାସୀ ଲାଗିବ ନାହିଁ ।

ଘରେ ଧୂମପାନ କରନ୍ତୁ ନାହିଁ: ଧୂମପାନ ଶରୀର ପାଇଁ କେତେ ହାନିକାରକ ଏ କଥା ତ ସମସ୍ତେ ଜାଣନ୍ତି । ଆପଣ ଜାଣନ୍ତି କି ଧୂମପାନ କରୁଥିବା ବ୍ୟକ୍ତି ପାଇଁ ଏହା ଯେତେ କ୍ଷତି କରେ ଏହି ଧୂଆଁ ତାଙ୍କ ଆଖପାଖରେ ଥିବା ବ୍ୟକ୍ତିଙ୍କର ମଧ୍ୟ ସେତିକି କ୍ଷତି କରେ । ତମାଖୁର ଧୂଆଁ ଘରର ବାତାବରଣକୁ ଦୂଷିତ କରିଦିଏ । ଯାହାକି ଛୋଟପିଲାମାନଙ୍କ ପାଇଁ ବହୁତ କ୍ଷତିକାର ।

ରୋଷେଇ ଘରେ ପରିବର୍ତ୍ତନ କରନ୍ତୁ: ରାନ୍ଧିବା ସମୟରେ, ରନ୍ଧନ ଧୂଆଁରୁ ମୁକ୍ତି ପାଇବା ପାଇଁ ଘରର ଝରକା ସବୁ ଖୋଲା ରଖନ୍ତୁ । ରୋଷେଇ ଘରେ ଏକଜିଷ୍ଟ ଫ୍ୟାନ୍ କିମ୍ବା ଚିମିନି ଲଗାନ୍ତୁ, ଏହା ଦୂଷିତ ବାୟୁକୁ ନିଷ୍କାସିତ କରିବ । ନିୟମିତ ରୋଷେଇ ଘରକୁ ସଫା କରନ୍ତୁ । ପରିବା ଚୋପା ଓ ଅଇଁଠାକୁ ଏଣେ ତେଣେ ନ ପକାଇ ଘୋଡ଼ଣୀ ଥିବା ଡଷ୍ଟବିନରେ ପକାନ୍ତୁ । ଆଉ ପ୍ରତ୍ୟେକ ଦିନ ଡଷ୍ଟବିନକୁ ଖାଲି କରନ୍ତୁ ।

ଉକ୍ରଟ ସୁଗନ୍ଧଯୁକ୍ତ ଦ୍ରବ୍ୟରୁ ଦୂରେଇ ରୁହନ୍ତୁ: ରୁମ୍ ଫ୍ରେସନର, କୀଟନାଶକପ୍ରତିରୋଧକ ଯେପରିକି ମଶାଧୂପ, ଅତର, ଅତ୍ୟଧିକ ବାସ୍ନା ହେଉଥିବା ଓ ଧୂଆଁ ବାହାରୁଥିବା ଧୂପ କାଠି ଫିନାଇଲ୍ବ୍ୟ ବହାର କମ୍ କରନ୍ତୁ । ଏସବୁ ଆଲର୍ଜି କରିପାରେ ଓ ଶ୍ୱାସକ୍ରିୟାରେ ବାଧା ସୃଷ୍ଟି କରିପାରେ ।

ଇନଡୋର ପ୍ଲାଣ୍ଟ ରଖନ୍ତୁ: ଏକ ଗବେଷଣାରୁ ଜଣାପଡ଼ିଛି ଯେ, ବାୟୁକୁ ଶୁଦ୍ଧ କରିବାରେ ଇନଡୋର ପ୍ଲାଣ୍ଟଗୁଡ଼ିକର ବହୁତ ବଡ଼ ଭୂମିକା ରହିଛି । ଏକ ଅଧ୍ୟୟନରୁ ଜଣାପଡିଛି ଯେ ଏହି ପ୍ଲାଣ୍ଟଗୁଡ଼ିକ ଆମ ଘର ଭିତରୁ ବେନଜେନ, ଫର୍ମାଲଡିହାଇଡ୍, ଟ୍ରାଇକ୍ଲୋରେଥାଇଲନ୍, ଜାଇଲିନ୍, ଏବଂ ଆମୋନିୟା ଭଳି ବିଶାକ୍ତ ଗ୍ୟାସକୁ ବାହାର କରି କିଛି ଘରକୁ ବିଶୁଦ୍ଧ କରେ |