କୋଣାର୍କ: ଖୋଲିଲା ସୂର୍ଯ୍ୟ ମନ୍ଦିର । ପର୍ଯ୍ୟଟକ ମାନଙ୍କ ପାଇଁ ଖୋଲିଲା କୋଣାର୍କ ସୂର୍ଯ୍ୟ ମନ୍ଦିର । ବାତ୍ୟା ‘ଦାନା’ ପାଇଁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ କ୍ରମେ ଗତ ୨୪ ଓ ୨୫ ତାରିଖ ସୂର୍ଯ୍ୟ ମନ୍ଦିର ବନ୍ଦ ରଖାଯାଇଥିଲା । ବାତ୍ୟାର ପ୍ରଭାବ ପୁରୀ ଜିଲ୍ଲାରେ ପକାଇବା ଆଶଙ୍କା ଥିବାରୁ କେବଳ ୨୪ ତାରିଖରେ ସୂର୍ଯ୍ୟ ମନ୍ଦିର ବନ୍ଦ ରହିଥିଲା । ତେବେ ୨୫ ତାରିଖରେ ୧୧ଟା ୩୦ ମିନିଟ୍ରେ ଖୋଲିଲା ସୂର୍ଯ୍ୟ ମନ୍ଦିର ।