(ସରୋଜ ରାଉତ) ଭୁବନେଶ୍ୱର: ଆଜି ଅପରାହ୍ନରେ ଲକ୍ଷ୍ମୀସାଗର ଥାନା ଅଧୀନ କଟକ ରୋଡରେ ଜଣେ ମୋବାଇଲ ଲୁଟେରାକୁ ସ୍ଥାନୀୟ ଲୋକେ କାବୁ କରିବା ପରେ ନିସ୍ତୁକ ଛେଚିଛନ୍ତି । ମନଭରି ଛେଚିବା ପରେ ପୁଲିସ ଜିମା ଦେଇଛନ୍ତି ଲୁଟେରାକୁ ।
ସୂଚନା ଅନୁଯାୟୀ, ଆଜି ଅପରାହ୍ନ ପ୍ରାୟ ୪ଟା ସମୟରେ ଜଣେ ବ୍ୟକ୍ତି ବମିଖାଲରୁ କଳ୍ପନା ଅଭିମୁଖେ ଯାତ୍ରା କରୁଥିଲେ । କଟକ ରୋଡଠାରେ କୌଣସି କାମ ଥିବାରୁ ଉକ୍ତ ବ୍ୟକ୍ତି ସେଠାରେ ଗାଡିରୁ ଓହ୍ଲାଇଥିଲେ । ଏହି ସମୟରେ ଅଭିଯୁକ୍ତ ଜଣକ ସେଠାକୁ ଆସି ଉକ୍ତ ବ୍ୟକ୍ତିଙ୍କ ଠାରୁ ମୋବାଇଲ ଛଡାଇ ନେଇଥିଲା । ବ୍ୟକ୍ତି ଜଣକ ଚିକ୍ରାର କରିବାରୁ ସ୍ଥାନୀୟ ଲୋକେ ଅଭିଯୁକ୍ତର ପିଛା କରି ତାକୁ ଧରିବାରେ ସକ୍ଷମ ହୋଇଥିଲେ ଓ ମନ ଭରିବା ପର୍ଯ୍ୟନ୍ତ ମାଡ ମାରିଥିଲେ । ଘଟଣାସ୍ଥଳରେ ଲକ୍ଷ୍ମୀସାଗର ପୁଲିସ ପହଞ୍ôଚ ଅଭିଯୁକ୍ତକୁ ଲୋକଙ୍କଠାରୁ ନେଇଥିଲା । ପୁଲିସ ଅଭିଯୁକ୍ତକୁ ଥାନାକୁ ନେଇ ପଚରାଉଚରା ଜାରି ରଖିଛି ।