ଏନ.ଟି.ପି.ସି ଥାନା ପକ୍ଷରୁ ‘ଆମ ପୋଲିସ୍ ସମିତି’ ବୈଠକ

0

(ଜ୍ୟୋତିରଂଜନ ଧର, କଣିହାଁ): ଅନୁଗୁଳ ଜିଲ୍ଲା ତାଳଚେର ଉପଖଣ୍ଡ କଣିହାଁ ବ୍ଲକ ଅନ୍ତର୍ଗତ ଏନଟିପିସି ଟାଉନ ପୁଲିସ ପକ୍ଷରୁ ବିଜିଗୋଳ ପଞ୍ଚାୟତ ଅଫିସ ପ୍ରାଙ୍ଗଣରେ ରବିବାର ଅପରାହ୍ନରେ “ଆମ ପୁଲିସ ସମିତି” ବୈଠକ ଅନୁଷ୍ଠିତ ହୋଇଯାଇଛି । ଥାନା ଅଧିକାରୀ ରାଜେନ୍ଦ୍ର ମହାପାତ୍ରଙ୍କ ସଭାପତିତ୍ୱରେ ବୈଠକରେ ଏନଟିପିସି ବଣିକ ସଂଘର ସଭାପତି ଶଶାଙ୍କ ଶେଖର ପାଣି, ବିଜିଗୋଳ ପଞ୍ଚାୟତ ସରପ , ଦୁଶାସନ ସାହୁ, ଗଦାଶିଳା ପଞ୍ଚାୟତ ସରପ , ଜେମାମଣି ନାଏକ, ଓା୍ୱଡ ସଭ୍ୟା କମଳିନୀ ସେଠି, ଜୟକୃର୍ଷ୍ଣ ସାହୁ, କବି ନାଏକ, ହର୍ଷ ସାହୁ, ବିଦ୍ୟାଧର ସାହୁ, ବାସନ୍ତି ଦାସ, ସନ୍ତୋଷ ବେହେରା, ଟିକନ ସାହୁ, ସୋମନାଥ ସାହୁ, ବିନୟ ବେହାରା, ପଂଚାନନ୍ନ ସାହୁ, ଗଗନ ବିହାରୀ ବେହରୋ, ପି  ସାହୁ, ଜତିନ୍ଦ୍ର ସାହୁ, ପ୍ରମୋଦ ଦାଶ, ସରୋଜିନି ସାହୁ, ମଂଜୁଲତା ସାହୁ, ଗୋଲାପ ସାହୁ, ବାରୀ ବେହେରା, ନଳିନୀ ଦାଶ, ନନ୍ଦିନୀ ଦାଶ, କ୍ଷୀର ପରିଡା, ନିରୋଦ ବେହେରା ସମେତ ବିଭିନ୍ନ ସ୍ୱଂୟ ସହାୟକ ଗୋଷ୍ଠୀର ଶତାଧିକ ମହିଳା ଏହି ବୈଠକରେ ସାମିଲ ଥିଲେ । ଥାନା ଇଲାକା ପରିସରରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା, ଅପରାଧ ନିୟନ୍ତ୍ରଣ କରିବା, ଚୋରା ମାଦକ ଦ୍ରବ୍ୟକୁ ରୋକିବା, ପ୍ରତିଦିନ ବାଇକ ଚେକିଙ୍ଗରେ ବେପରୁଆ ଗାଡି ଚାଳନା, କାଗଜପତ୍ର ଜାଂଚ୍ କରାଯାଇ ଟ୍ରାଫିକ ବ୍ୟବସ୍ଥାକୁ କଡ଼ାକଡ଼ି ପାଳନ କରିବା, ଦିନ ରାତି ସମୟରେ ପେଟ୍ରୋଲିଂଗ କୁ କଡାକଡି କରିବା, ନିଶା, ମାଦକ ଦ୍ରବ୍ୟ ବେଆଇନ ବିକ୍ରି କରୁଥିବା ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା, ସାଂପ୍ରତିକ ପରିସ୍ଥିତିରେ ଆମ ପୁଲିସ ସମିତିର ଆବଶ୍ୟକତା ଏବଂ ସାଇବର କ୍ରାଇମ କିଭଳି ରୋକାଯିବ ସେ ସଂପର୍କରେ ଆଲୋକପାତ କରିଥିଲେ । ଛାତ୍ର ଛାତ୍ରୀ ମାନେ ସ୍କୁଲ, କଲେଜ୍ କୁ ଯାତାୟତ ଓ ପାଠପଢା ପ୍ରତି ଧ୍ୟାନ ଦେବା ଅଭିଭାବକ ମାନଙ୍କ ଗୁରୁ ଦାୟିତ୍ୱ ବୋଲି ଥାନା ଅଧିକାରୀ ଶ୍ରୀ ମହାପାତ୍ର ବକ୍ତବ୍ୟରେ ପ୍ରକାଶ କରିଥିଲେ । ଏସ୍ଆଇ ଜମୁନା ମାରାଣ୍ଡି, ଏଏସ୍ଆଇ ଦିଲ୍ଲିପ କୁମାର ଗଡନାୟକ, ଏଏସ୍ଆଇ ଅମିୟ କୁମାର ଦାଶ, କାଳନ୍ଦୀ ଚରଣ ପରିଡ଼ା, ପଦ୍ମୀନି ସାହୁ, ମନ୍ଦରଧର ନାଏକ, ମନ୍ମମୟ ପାଲ୍, ରୀନା ପ୍ରଧାନ, ବିଷ୍ଣୁ ଚରଣ ବେହେରା, ତପନ କୁମାର ପାତ୍ର ପ୍ରମୁଖ କର୍ମଚାରୀ ସହଯୋଗ କରିଥିଲେ । ଶେଷରେ ଥାନା ଅଧିକାରି ଶ୍ରୀ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।