ଭୁବନେଶ୍ୱର: ରାଜ୍ୟରେ କମିବାରେ ଲାଗିଛି ଶୀତ । ୨ ଦିନ ପୂର୍ବରୁ ରାଜ୍ୟର ୮ଟି ସହରର ତାପମାତ୍ରା ୧୦ ଡିଗ୍ରୀ ତରେ ରହିଥିବା ବେଳେ ବର୍ତ୍ତମାନ ୧୦ ଡିଗ୍ରୀ ତରେ ୩ଟି ସହରର ତାପମାତ୍ରା ରେକର୍ଡ କରାଯାଇଛି । ୭ ଡିଗ୍ରୀ ସହ କୋରାପୁଟ ସବୁଠାରୁ ଥଣ୍ଡା ସହର ରେକର୍ଡ କରାଯାଇଛି। ଦାରିଙ୍ଗବାଡି ୮.୫, ସିମିଳିଗୁଡା ୯, ଫୁଲବାଣୀ ୧୦ ଡିଗ୍ରୀ ରେକର୍ଡ କରାଯାଇଛି। ସେହିପରି କଟକ ୧୬.୫ ଓ ଭୁବନେଶ୍ୱର ୧୬.୯ ଡିଗ୍ରୀ ରେକର୍ଡ କରାଯାଇଛି। ଦିନ ପୂର୍ବେ କଟକ ଓ ଭୁବନେଶ୍ୱର ତାପମାତ୍ର ୧୬ ଡିଗ୍ରୀ ଥିବା ବେଳେ ଏବେ ସେଥିରେ ବୃଦ୍ଧି ଘଟିଛି। ଗତକାଲି ରାତିରେ କଟକରେ ସର୍ବନିମ୍ନ ତାପମାତ୍ରା ୧୬.୫ ଡିଗ୍ରୀ ଥିବା ବେଳେ ଭୁବନେଶ୍ୱରର ତାପମାତ୍ରା ୧୬.୯ ଡିଗ୍ରୀ ରେକର୍ଡ କରାଯାଇଛି। ଏହାବାଦ ସୁନ୍ଦରଗଡ଼ ତାପମାତ୍ର ୧୧ ଡିଗ୍ରୀ ଥିବା ବେଳେ ରାଉରକେଲାରେ ୧୩.୮, କେନ୍ଦୁଝରରେ ୧୨.୨, ଭଦ୍ରକରେ ୧୭.୨, ଯାଜପୁରରେ ୧୭.୫, କେନ୍ଦ୍ରାପଡ଼ାରେ ୧୪.୮, ଜଗତସିଂହପୁର ତାପମାତ୍ରା ୧୫ ଡିଗ୍ରୀ ରେକର୍ଡ କରାଯାଇଛି। ସେହିପରି ପୁରୀର ତାପମାତ୍ରା ୧୯.୨ ଡିଗ୍ରୀ ଥିବା ବେଳେ ନୟାଗଡ଼ରେ ତାପମାତ୍ରା ୧୫.୨, ଖୋର୍ଦ୍ଧାରେ ୧୭.୫, ବୌଦ୍ଧରେ ୧୧, ଦେବଗଡ଼ରେ ୧୨.୫, ବାଲେଶ୍ୱରରେ ୧୭.୩, ବାରିପଦାରେ ୧୪.୫, ନବରଙ୍ଗପୁରରେ ୧୧.୬, ରାୟଗଡ଼ାରେ, ୧୫.୮, ଦାରିଙ୍ଗବାଡ଼ିରେ ୮.୫, ମାଲକାନଗିରିରେ ୧୫.୪, ଅନୁଗୁଳରେ ୧୧. ଡିଗ୍ରୀ, ନୂଆପଡ଼ାରେ ୧୩ ଡିଗ୍ରୀ ରେକର୍ଡ କରାଯାଇଛି।