ମୋ ବସ ସେବା ବିଫଳ

0

(ମୃତ୍ୟୁଞ୍ଜୟ ଭୋଇ) ଭୁବନେଶ୍ୱର: ରାଜ୍ୟ ସରକାର ପକ୍ଷରୁ ଯାତ୍ରୀଙ୍କ ସୁବିଧା ପାଇଁ ମୋ ବସ ସେବା ଚାଲିଛି । କଟକ, ଭୁବନେଶ୍ୱର ଓ ପୁରୀ ଜିଲ୍ଲାରେ ଏହି ସେବାର ପ୍ରଚଳନ କରାଯାଇଛି । କିନ୍ତୁ ସରକାର ଯେଉଁ ଲକ୍ଷ୍ୟ ନେଇ ଏହି ସେବାର ଆରମ୍ଭ କରିଛନ୍ତି ତାହା ୯ ମାସ ପରେ ମଧ୍ୟ ପୂରଣ ହୋଇପାରିନାହିଁ । କୋଟି କୋଟି ଟଙ୍କା ଖର୍ଚ୍ଚରେ ବସ ଚାଲୁଥିଲେ ମଧ୍ୟ ବିଭିନ୍ନ କାରଣରୁ ଏହା ଚରିତାର୍ଥ ହୋଇନାହିଁ ।