ବ୍ୟୁରୋ : ଚିହ୍ନଟ ହୋଇଛି ଏକ ନୂତନ ପ୍ରଜାତିର ମାଛ । ଭାରତୀୟ ପ୍ରାଣୀବିଜ୍ଞାନ କେନ୍ଦ୍ର ପକ୍ଷରୁ ବଙ୍ଗୋପସାଗରରେ ଏହି ମାଛ ଚିହ୍ନଟ କରାଯାଇଛି। ଏହି ମାଛଟି ଟେରିଗୋଟ୍ରିଗାଲ୍ ପ୍ରଜାତିର । ସାମୁଦ୍ରିକ ମାଛଟି କମଳା ରଙ୍ଗର ହୋଇଥିବା ବେଳେ ମଝିରେ କଳା ଛିଟା ରହିଛି । ଏଥିରେ ୨ଟି କଣ୍ଟା ରହିଥିବା ଗବେଷଣା ବେଳେ ଜଣାପଡ଼ିଛି। ଏହି ପ୍ରଜାତିର ମାଛର ମୁଣ୍ଡ ଚେପଟା ଓ ଏହି ମାଛର କଣ୍ଟା ବିଷାକ୍ତ। ତେବେ ମାଛର ସଂପୂର୍ଣ୍ଣ ପରୀକ୍ଷା ପାଇଁ ପ୍ରାୟ ୫ବର୍ଷ ସମୟ ଲାଗିଥିଲା। ଗୋପାଳପୁରସ୍ଥିତ ଜେଡ୍ଏସ୍ଆଇ କେନ୍ଦ୍ରର ବୈଜ୍ଞାନିକ ଡ. ଅନିଲ ମହାପାତ୍ରଙ୍କ ତତ୍ତ୍ୱାବଧାନ ଏବଂ ଶୁଭେନ୍ଦୁ ଶେଖର ମିଶ୍ର, ବାଜକୁଳ ମିଳନୀ ମହାବିଦ୍ୟାଳୟର ଆସିଷ୍ଟାଣ୍ଟ ପ୍ରଫେସର ଡ. ଦୀପାଞ୍ଜନ ରାୟ, ଗବେଷକ ସନମିତ୍ରା ରୟ ଏବଂ ଅଙ୍କିତା ମିଶ୍ରଙ୍କ ମିଳିତ ସହଯୋଗରେ ମାଛର ପରୀକ୍ଷା ହୋଇଥିଲା। ୨୦୧୮ ଅକ୍ଟୋବର ୨୦ ତାରିଖରେ ସହକାରୀ ପ୍ରଫେସର ଦୀପାଞ୍ଜନ ରୟଙ୍କ ଦ୍ବାରା ଏହି ମାଛଟି ସଂଗୃହୀତ ହୋଇଥିଲା।