ସୋନମ ରଘୁବଂଶୀ ଘଟନାର ପୁନରାବୃତ୍ତି, ବିବାହର ୩୦ ଦିନ ପରେ ସ୍ୱାମୀକୁ ହତ୍ୟା

0

ଇନେ୍ଦାର ପରେ ତେଲେଙ୍ଗାନାରେ ପୁଣି ଛାତିଥରା ଖବର ସାମ୍ନାକୁ ଆସିଛି । ସୋନମ ରଘୁୁବଂଶୀ ପରି ଆଉ ଜଣେ ମହିଳା ତାଙ୍କ ବିବାହର ମାତ୍ର ୩୦ ଦିନ ପରେ ନିଜ ସ୍ୱାମୀଙ୍କୁ ନିର୍ମମ ଭାବେ ହତ୍ୟା କରିଛନ୍ତି । କଏବଳ ମହିଳା ନହଁନ୍ତି ଏହି ହତ୍ୟା କାଣ୍ଡରେ ତାଙ୍କ ମା ମଧ୍ୟ ଜଡିତ ଅଛନ୍ତି । ଏପରି ଘଟଣା ଘଟିଛି ତେଲେଙ୍ଗାନାର କୁର୍ଣ୍ଣୁଲରେ । ମୃତ ସ୍ୱାମୀଙ୍କ ପତ୍ନୀ ଐଶ୍ୱର୍ୟ୍ୟା ଏବଂ ତାଙ୍କ ମାଆ ସୁଜାତା ଏହି ହତ୍ୟାକାଣ୍ଡ ଘଟାଇଛନ୍ତି ।


ସୂଚନା ମୁତାବକ ତେଜେଶ୍ୱରଙ୍କ ପରିବାର ଫେବ୍ରୁଆରି ୧୩ ତାରିଖରେ କୁର୍ଣ୍ଣୁଲର ଐଶ୍ୱର୍ୟ୍ୟାଙ୍କ ସହିତ ତାଙ୍କ ବିବାହ ସ୍ଥିର କରିଥିଲେ। ବିବାହର ମାତ୍ର ପାଞ୍ଚ ଦିନ ପୂର୍ବରୁ ଐଶ୍ୱର୍ୟ୍ୟା ନିଖୋଜ ହୋଇଯାଇଥିଲେ। ସେ କୁର୍ଣ୍ଣୁଲର ଜଣେ ବ୍ୟାଙ୍କ କର୍ମଚାରୀଙ୍କ ସହିତ ଫେରାର ହୋଇଯାଇଥିବା ନେଇ ଚର୍ଚ୍ଚା ହୋଇଥିଲା । ହେଲେ ଫେବ୍ରୁଆରି ୧୬ ତାରିଖରେ ‌ସେ ଫେରି ଆସିଥିଲେ ଏବଂ ଦାବି କରିଥିଲେ ଯେ. ତାଙ୍କ ମାଆଙ୍କ ଉପରେ ଯୌତୁକ ଯୋଗାଡ଼ କରିବା ପାଇଁ ଚାପ ପଡ଼ିବାରୁ ସେ ଜଣେ ବନ୍ଧୁଙ୍କ ଘରକୁ ଯାଇଥିଲେ। କାନ୍ଦି କାନ୍ଦି ଐଶ୍ୱର୍ୟ୍ୟା ନିଜ ଲୁହ ଜାଲରେ ତେଜେଶ୍ୱରଙ୍କୁ ଫସାଇ ଦେଇଥିଲେ। ଏହା ପରେ ପରିବାରର ପ୍ରାରମ୍ଭିକ ଅନିଚ୍ଛା ସତ୍ତ୍ୱେ, ମେ’ ତାରିଖରେ ଦୁହିଁଙ୍କ ବିବାହ ହୋଇଥିଲା। ବିବାହ ପରେ ତୁରନ୍ତ ସମସ୍ୟା ଆରମ୍ଭ ହୋଇଥିଲା। ବିବାହର ଦ୍ୱିତୀୟ ଦିନରୁ ଐଶ୍ୱର୍ୟ୍ୟା ଲଗାତାର ଫୋନ୍‌ରେ କଥା ହେଉଥିବା ତେଜେଶ୍ୱର ଦେଖିଥିଲେ। ଏହା ପରେ ଜୁନ୍ ୧୭ ତାରିଖରେ ହଠାତ୍ ତେଜେଶ୍ୱର ନିଖୋଜ ହେବା ପରେ କାହାଣୀ ଏକ ନୂଆ ମୋଡ଼ ନେଇଥିଲା। ତାଙ୍କ ଭାଇଙ୍କ ଦ୍ୱାରା ଦାୟର କରାଯାଇଥିବା ନିଖୋଜ ଅଭିଯୋଗ ପରେ, ପୁଲିସ ତଦନ୍ତ ଆରମ୍ଭ କରିଥିଲା ଏବଂ ଆଶ୍ଚର୍ୟ୍ୟଜନକ ଖୁଲାସା କରିଥିଲା।


ପଚରାଉଚରା ବେଳେ ଉଭୟ ସୁଜାତା ଓ ଐଶ୍ବର୍ୟ୍ୟା ନିଜର ଦୋଷ ସ୍ବୀକାର କରିବା ସହ ଦୁହେଁ ଜଣେ ବ୍ୟାଙ୍କ କର୍ମଚାରୀଙ୍କ ସହ ଅନୈତିକ ସମ୍ପର୍କ ରଖିଥିବା ଜଣାଇଥିଲେ। ତେଜେସ୍ବରଙ୍କ ସମ୍ପତ୍ତି ପାଇଁ ଐଶ୍ବର୍ୟ୍ୟା ତାଙ୍କୁ ବିବାହ କରିଥି‌ବା ବେଳେ ହତ୍ୟା କରିବାରେ ବ୍ୟାଙ୍କ କର୍ମଚାରୀ ମୁଖ୍ୟ ଭୂମିକା ନିଭାିଇଥିଲେ ବୋଲି ଜଣାପଡ଼ିଛି। ପ୍ରଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଫେରାର ଥିବା ବ୍ୟାଙ୍କ କର୍ମଚାରୀ ହତ୍ୟାକାରୀମାନଙ୍କୁ ତାଙ୍କ ଡ୍ରାଇଭରଙ୍କ ସହିତ ତେଜେସ୍ବରଙ୍କ ଘରକୁ ପଠାଇଥିଲେ। ହତ୍ୟାକାରୀମାନେ ତେଜେଶ୍ୱରଙ୍କୁ ୧୦ଏକର ଜମି ସର୍ଭେ କରିବା ବାହାନାରେ ଏକ ଗାଡ଼ିରେ ବସାଇଥିଲେ। ଏହା ପରେ ତାଙ୍କୁ ଛୁରୀରେ ଆକ୍ରମଣ କରି ନିର୍ମମ ଭାବରେ ହତ୍ୟା କରିଥିଲେ। ହତ୍ୟା ପରେ ତାଙ୍କ ମୃତଦେହକୁ ରାସ୍ତା କଡ଼ରେ ଫିଙ୍ଗି ଚାଲିଯାଇଥିଲେ।