(ପ୍ରିୟଦର୍ଶନୀ ସ୍ୱାଇଁ) ମୁମ୍ବାଇ : ବଲିଉଡ୍ ହିରୋ ସଲମାନ ଖାନଙ୍କ ଟ୍ୱିଟ୍ ଅନେକଙ୍କ ସ୍ୱପ୍ନ ଭାଙ୍ଗି ଚୁର ମାର କରିଦେଇଛି । ଯେଉଁମାନେ ତାଙ୍କୁ ନିର୍ବାଚନରେ ଛିଡାକରିବାକୁ ଚାହୁଁଥିଲେ କିମ୍ୱା ଯେଉଁମାନେ ତାଙ୍କ ପାର୍ଟି ପାଇଁ ପ୍ରଚାର କରିବା ପ୍ରସଙ୍ଗ ଉଠାଉଥିଲେ । ସେ ସେମାନଙ୍କୁ ଟ୍ୱିଟ୍ ଯୋଗେ କହିଛନ୍ତି କି ,”ମିଛ ଖବର ନା ନିର୍ବାଚନ ଲଢିବି ନା କୌଣସି ରାଜନୈତିକ ପାର୍ଟି ପାଇଁ ପ୍ରଚାର କରିବି “। ଏପରି କହି ଗୁଜବ ଖବରର ସିଧା ସଳଖ ସ୍ପଷ୍ଟିକରଣ ଦେଇଛନ୍ତି । କିଛିଦିନ ପୂର୍ବରୁ କଂଗ୍ରେସ ନେତା ପଙ୍କଜ ଚତୁର୍ବେଦୀ କହିଥିଲେ କି, ଇନ୍ଦୋରରେ ସଲମାନ ଖାନ ପାର୍ଟି ପାଇଁ ପ୍ରଚାର କରିପାରନ୍ତି । ଏହି କଥାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା ।
Contrary to the rumours I am not contesting elections nor campaigning for any political party..
— Salman Khan (@BeingSalmanKhan) March 21, 2019
ସେପଟେ କିଛି ଦିନ ତଳେ ପିଏମ ମୋଦୀ ସଲମାନ ଖାନ ଓ ଆମିର ଖାନଙ୍କୁ ଏକ ଟ୍ଵିଟରେ ଟ୍ୟାଗ୍ କରି ଯୁବ ବର୍ଗଙ୍କୁ ଭୋଟ୍ ପ୍ରେରିତ କରିବାକୁ ଅପିଲ କରିଥିଲେ। ପିଏମ ମୋଦୀଙ୍କ ଟ୍ଵିଟକୁ ଟ୍ଵିଟ୍ କରି ସଲମାନ ଖାନ ଲେଖିଛନ୍ତି ଯେ, ଆମେ ଏକ ଗଣତନ୍ତ୍ର ରାଷ୍ଟ୍ରରେ ଅଛୁ ଏବେ ଭୋଟ୍ ଦେବା ପ୍ରତ୍ୟେକ ଭାରତୀୟଙ୍କ ଅଧିକାର। ମୁଁ ପ୍ରତ୍ୟେକ ଭାରତୀୟ ଭୋଟରଙ୍କୁ ନିଜର ମତାଧିକାର ବ୍ୟବହାର କରିବା ଏବଂ ସରକାର ଗଠନ ପ୍ରକ୍ରିୟାରେ ନିଜକୁ ସାମିଲ କରିବାକୁ ଅନୁରୋଧ କରୁଛି।
We are a democracy and it is every Indian's right to vote. I urge every eligible Indian to exercise your right and participate in making the Government. https://t.co/WsTdJ3w84O
— Salman Khan (@BeingSalmanKhan) March 21, 2019