ରାଜ୍ୟସରକାରଙ୍କ ବିରୁଦ୍ଧରେ ସ୍ୱର ଉତ୍ତୋଳନ କଲେ ମେଡ଼ିସିନ ସେଲସ ରିପ୍ରେଣ୍ଟିବ

0

(ବଲାଙ୍ଗୀର / ମଧୂସୁଦନ ବହିଦାର ): ଓଡିଶା ସରକାରଙ୍କ ନିର୍ଦ୍ଦେଶ କ୍ରମେ ସାରା ରାଜ୍ୟରେ ଦଲାଲ ଦମନ ନୀତି ଜାରି ରଖିଛି ପ୍ରଶାସନ। ଆଜି ବଲାଙ୍ଗୀର ତଥା ସାରା ରାଜ୍ୟରେ ଦେଖାଦେଇଛି ଏହାର ପ୍ରଭାବ। ଏହାକୁ ବଲାଙ୍ଗୀର ମେଡ଼ିସିନ ରିପ୍ରେଣ୍ଟିବ ସଙ୍ଘ ତରଫରୁ ନିନ୍ଦା କରାଯାଇଛି । ସଂଘର ସଭାପତି ସୁରୁଲାଲ ମଟାରି କହିବା ଅନୁସାରେ ଦଲାଲ ଭାବି ମେଡିକାଲ ରିପ୍ରେଣ୍ଟିବ ମାନଙ୍କୁ ଗିରଫ କରୁଛି ପ୍ରଶାସନ। ଏହା ବିରୋଧରେ ଏକ ରେଲି ବାହାରି ଜିଲ୍ଲାପଲଙ୍କ କାର୍ୟ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ଓ ଜିଲ୍ଲାପାଳ ଶ୍ରୀ ଅରିନ୍ଦ୍ରମ ଡାକୁଆ ଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ। ଯାହା ଜିଲ୍ଲା ପାଳାଙ୍କ ଜରିଆରେ ରାଜ୍ୟସରକାର ଙ୍କୁ ପ୍ରଦାନ କରାଯାଇଛି। ଜଦି ଆଗାମୀ ଦିନରେ ମେଡ଼ିସିନ ରିପ୍ରେଣ୍ଟିବଙ୍କ ପ୍ରତି ଏହି ପରୀ ଆଚରଣ ବିଧି ହୁଏ ତାହାହେଲ ସାରା ରାଜ୍ୟରେ ଆନ୍ଦୋଳନ ଭୟଙ୍କର ହେବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି।