ଆଶ୍ଚର୍ଯ୍ୟକର ପିଆନୋ ମହଲ

0

(ପ୍ରିୟଦର୍ଶନୀ ସ୍ୱାଇଁ): ଆପଣ ବହୁତ ପ୍ରକାରର ସ୍ଥାପତ୍ୟକୁ ଦେଖିଥିବେ । ଯେପରି କି ବୁଟ ,ଚପଲ, ଗୋଲାକାର ପରି ଅନେକ ଆକୃତିର ବିଲଡ଼ିଂ  । ଆଜି ଆମେ ଆଉ ଏକ ବିଲଡ଼ିଂ କଥା କହିବୁ ଯାହାର ଆକୃତି ଅତ୍ୟନ୍ତ ମନୋଲୋଭା । ଚାଇନାରେ ଏକ ସ୍ଥାପତ୍ୟା ରହିଛି ଯାହା ପିଆନୋ ହାଉସ ନାଁରେ ବେଶ ପରିଚିତ । ଏହାର ଡ଼ିଜାଇନ କରିଛନ୍ତି ହେଫେଇ ୟୁନିଭର୍ସିଟି ଅଫ ଟେକ୍ନୋଲଜିର ସ୍ଥାପତ୍ୟ ବିଭାଗର ଛାତ୍ରମାନେ । ଛାତ୍ରମାନେ ହୁଆଇନାନ ଫାଇକାଇ ଡ଼େକୋରେଶନ ପ୍ରୋଜେକ୍ଟ ସହ ମିଶି ୨୦୦୭ରେ ଏହାର ନିର୍ମାଣ ଆରମ୍ଭ ହୋଇଥିଲା । ବିଲିଡ଼ିଂ କଳାରଙ୍ଗ ଓ ପାରଦର୍ଶୀ କାଚରେ ଡ଼ିଜାଇନ କରାଯାଇଛି । ପିଆନାରେ ଥିବା ବିଭିନ୍ନ ଏସ୍କାଲଲେଟର ଓ ଶିଡ଼ିରେ ଆପଣ ବିଭିନ୍ନ ମହଲାକୁ ଯାଇପାରିବେ ।  ପିଆନୋ ବିଲିଂ ଏକ ଜଣାଶୁଣା ପର୍ଯ୍ୟଟନ ସ୍ଥଳୀ ପାଲଟି ଯାଇଛି ।