ତୋଗଲୋକି ମନୋବୃତ୍ତି ଦେଖାଉଛନ୍ତି ରାଜ୍ୟ ସରକାର : ବିଜେପି

0

(ରିପୋର୍ଟସଟୁଡେ): ଶ୍ରୀମନ୍ଦିର ଧାଡି ଦର୍ଶନ ବିବାଦକୁ ନେଇ ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରିଛି ବିଜେପି । ରାଜ୍ୟ ସରକାରଙ୍କ ଅପରାଗତା ଏବଂ ଦୂରଦୃଷ୍ଟିର ଅଭାବ ଯୋଗୁଁ ଆଜି ଏଭଳି ଅଭାବନୀୟ ଘଟଣା ଶ୍ରୀକ୍ଷେତ୍ରରେ ଘଟିଲା ବୋଲି ବିଜେପି ବରିଷ୍ଠ ନେତା ପୃଥ୍ୱୀରାଜ ହରିଚନ୍ଦନ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ।

ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରି ପୃଥ୍ୱରାଜ କହିଛନ୍ତି ଯେ ଶ୍ରୀମନ୍ଦିର ଆଗରେ ଏଭଳି ଘଟଣା ଘଟିବା ପାଇଁ ରାଜ୍ୟ ସରକାରଙ୍କ ତୋଗଲକି ମନୋବୃତ୍ତି ଦାୟୀ । ବାରମ୍ବାର ନିଜର ତୋଗଲୋକି ମନୋବୃତ୍ତି ଦେଖାଉଛନ୍ତି ରାଜ୍ୟ ସରକାର । ଧାଡି ଦର୍ଶନ ପାଇଁ ସମସ୍ତଙ୍କ ସହ ବିଚାର ଆଲୋଚନା କରିଥିଲେ ଏଭଳି ଅଭାବନୀୟ ଘଟଣା ଘଟିନଥାନ୍ତା । ଭକ୍ତଙ୍କ ଭାବାବେଗର ଆନ୍ଦୋଳନକୁ ଯେଉଁ ଭଳି ଭାବେ ଦମନ କଲେ ଏଥିରୁ ରାଜ୍ୟ ସରକାରଙ୍କ ସ୍ୱେଚ୍ଛାଚାରୀ ମନୋଭାବ ସ୍ପଷ୍ଟ ହେଉଛି । ତେଣୁ ଏଭଳି ଏକ ଅପାରଗ ମୁଖ୍ୟମନ୍ତ୍ରୀ ଯିଏ ପ୍ରଭୁ ଜଗନ୍ନାଥଙ୍କ ସଂସ୍କୃତି ଏବଂ ପରମ୍ପରାକୁ ରକ୍ଷା କରିପାରୁନାହାଁନ୍ତି ସେ ଓଡିଶା ପ୍ରଦେଶକୁ କ’ଣ ଶାସନ କରିବେ ତାହା ପ୍ରଶ୍ନବାଚୀ । ତେବେ ମୁଖ୍ୟମନ୍ତ୍ରୀ ଏଥିପାଇଁ ଓଡିଶାବାସୀଙ୍କୁ କ୍ଷମା ମାଗନ୍ତୁ ବୋଲି କହିଛନ୍ତି ପୃଥୀରାଜ ହରିଚନ୍ଦନ ।